ଶାହରୁଖଙ୍କ ସହ ମିଶି ‘ପଠାନ’ ଫିଲ୍ମ ଦେଖିଲେ କି ଅମ୍ବାନୀଙ୍କ ପରିବାର! ଜାଣନ୍ତୁ ଭାଇରାଲ ହେଉଥିବା ଫଟୋ ପଛର ସତ କଣ?

ମୁମ୍ବାଇ: ସୋସିଆଲ ମିଡିଆରେ ବୟକଟ ସତ୍ତ୍ୱେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ‘ପଠାନ’ ଜାନୁଆରୀ ୨୫ରେ ବକ୍ସ ଅଫିସରେ ରିଲିଜ ହୋଇଥିଲା ​​| ଆଉ ତୃତୀୟ ଦିନରେ ଫିଲ୍ମଟି ୩୪ରୁ ୩୬ କୋଟି ଟଙ୍କା ରୋଜଗାର କରିଥିବାବେଳେ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୩୫କୋଟି ରୋଜଗାର କରିଥିଲା। ତେବେ ବର୍ତ୍ତମାନ ଫେସବୁକ୍ ଏବଂ ଟ୍ୱିଟରରେ ଶାହରୁଖଙ୍କ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଅମ୍ବାନୀ ପରିବାର ସହିତ ସେଲଫି ନେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସେୟାର କରିବାବେଳେ ଅନେକ ଲୋକ ଦାବି କରିଛନ୍ତି ଯେ ଶାହରୁଖ ଖାନ ଅମ୍ବାନୀ ପରିବାର ସହିତ ମିଶି ପଠାନ ଫିଲ୍ମ ଦେଖିଥିଲେ ଏବଂ ସେହି ସମୟରେ ଏହି ସେଲଫି କ୍ଲିକ୍ କରାଯାଇଥିଲା।

ଫଟୋରେ ମୁକେଶ, ନୀତା, ଆକାଶ, ଅନନ୍ତ ଏବଂ ଇଶା ଅମ୍ବାନୀଙ୍କ ବ୍ୟତୀତ ସଂଗୀତ ନିର୍ଦ୍ଦେଶକ ଏଆର୍ ରହମାନ ମଧ୍ୟ ଦେଖିବାକୁ ମିଳିଛନ୍ତି । ତେବେ ଏହାପରେ ଇଣ୍ଡିଆ ଟୁଡେ ପକ୍ଷରୁ ଏହି ଫଟୋକୁ ନେଇ ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଜଣାପଡିଛି ଯେ ଏହି ଫଟୋଟି ସାତ ବର୍ଷ ପୁରୁଣା | ରିପୋର୍ଟ ଅନୁଯାୟୀ, ଯେତେବେଳେ ରିଭର୍ସ ଇମେଜ୍ ସର୍ଚ୍ଚ କରାଯାଇଥିଲା, ଏହି ଫଟୋ ରେଡିଫ୍ ବିଜନେସ୍ ନ୍ୟୁଜ୍ ରିପୋର୍ଟରେ ଦେଖିବାକୁ ମିଳିଥିଲା। ମେ ୫, ୨୦୧୬ରେ ପ୍ରକାଶିତ ଏହି ରିପୋର୍ଟ ପ୍ରମାଣିତ କରିଥିଲା ଯେ ଭାଇରାଲ୍ ଫଟୋ ପୁରୁଣା ହୋଇଥିବାବେଳେ ଏବଂ ‘ପଠାନ’ ଫିଲ୍ମ ସହିତ ଏହାର କୌଣସି ସମ୍ପର୍କ ନାହିଁ। ରିଲାଏନ୍ସ ଜିଓ ୪ଜି ଲଞ୍ଚ ସମୟରେ ଏହି ଫଟୋ ଉଠାଯାଇଥିଲା | ଏନେଇ ରିଲାଏନ୍ସ ମୁଖପାତ୍ର କହିଛନ୍ତି ଯେ ଶାହରୁଖ ଖାନ ଏବଂ ଅମ୍ବାନୀ ପରିବାର ଏକାଠି ଫିଲ୍ମ ଦେଖିବା ସମ୍ପର୍କରେ କୌଣସି ଅପଡେଟ ନାହିଁ।

ସମ୍ବନ୍ଧିତ ଖବର