ଅମିଷାଙ୍କ ଉପରେ ଲାଗିଲା ୧୦ଲକ୍ଷ ଟଙ୍କା ଠକେଇର ଅଭିଯୋଗ, ଫିଲ୍ମର ପ୍ରଯୋଜନା ପାଇଁ ଯୁବତୀଙ୍କଠାରୁ ଆଣିଥିଲେ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ଠକେଇର ଅଭିଯୋଗ ହୋଇଥିବା ନେଇ ସାମ୍ନାକୁ ଆସିଛି। ଇନ୍ଦୋର ଅଦାଲତରେ ଏ ନେଇ ମାମଲା ରୁଜୁ କରାଯାଇଥିବା ବେଳେ ଜାନୁଆରୀ ୨୭ରେ ଅଦାଲତରେ ହାଜର ହେବା ପାଇଁ ଅଦାଲତ ପକ୍ଷରୁ ଅମିଷାଙ୍କୁ ଆଦେଶ ଦିଆଯାଇଛି। କରାଯାଇଥିବା ଅଭିଯୋଗ ମୁତାବକ, ଅମିଷା ଇନ୍ଦୋରର ଜଣେ ଯୁବତୀଙ୍କଠାରୁ ଫିଲ୍ମର ପ୍ରଯୋଜନା ପାଇଁ ୧୦ଲକ୍ଷ ଟଙ୍କା ନେଇଥିଲେ। ପରେ ସେ ୧୦ଲକ୍ଷ ଟଙ୍କାର ଚେକ୍ ଯୁବତୀଙ୍କୁ ଦେଇଥିଲେ ମଧ୍ୟ ତାହା ବାଉନ୍ସ ହୋଇ ଯାଇଥିଲା। ଚେକ୍ ବାଉନ୍ସ ହେବା ପରେ ଯୁବତୀଜଣଙ୍କ ଅନେକ ଥର ଟଙ୍କା ଫେରି ପାଇବା ପାଇଁ ଅମିଷାଙ୍କ ପାଖକୁ ଯାଇଥିଲେ ମଧ୍ୟ ସେ ଟଙ୍କା ଦେଇ ନଥିଲେ। ଯାହା ପରେ ଯୁବତୀଜଣଙ୍କ ଏଭଳି ଅଭିଯୋଗ ଆଣିଛନ୍ତି।

Related image
timesofindia.indiatimes.com

ତେବେ ଦେଖିବାକୁ ଗଲେ, ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ତାଙ୍କ ବିରୋଧରେ ଆଉ ଏକ ଠକେଇର ମାମଲା ସାମ୍ନାକୁ ଆସିଥିଲା। ରାଞ୍ଚି ଅଦାଲତରେ ୩କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲା ଏବେ ବି ବିଚାରଧିନ ରହିଛି। ଏହି ମାମଲା ପାଇଁ ତାଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରାଯାଇ ସାରିଛି।

ସମ୍ବନ୍ଧିତ ଖବର