ପାଟନା: ବିହାରରେ ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇ ସାରିଛି। ବିହାରରେ ନେତାମାନଙ୍କର ଗୋଟିଏ ପରେ ଗୋଟିଏ ବଡବଡ ରାଲି, ଜନସଭା ଓ ରୋଡ ସୋ ଚାଲିଥିବା ବେଳେ ଅନ୍ୟ ଦିଗରେ ଗ୍ଲାମର ଦୁନିଆର ଷ୍ଟାରମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଏହି କ୍ରମରେ ‘କହୋ ନା ପ୍ୟାର୍ ହୈ’ ଚଳଚ୍ଚିତ୍ରରେ ନଜର ଆସିଥିବା ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ଔରଙ୍ଗାବାଦର ଓବୋରା-ଦାଉଦନଗରରେ ରୋଡ୍ ସୋ କରିଥିଲେ। ବିଧାନସଭାରେ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ପ୍ରାର୍ଥୀଙ୍କ ପାଇଁ ଅମିଷା ପ୍ରଚାର କରିଥିଲେ।
ନିକଟରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ଏକ ଅଡିଓ ମେସେଜ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବିହାରରେ ନିର୍ବାଚନ ପ୍ରଚାରରେ କିପରି ନିଜକୁ ଅସୁରକ୍ଷିତ ମନେ କରିଥିଲେ ତାହା କହୁଥିବା ଶୁଣିବାକୁ ମିଳିଛି।
ଏହି ଅଡିଓରେ ଏଲଜେପି ନେତା ପ୍ରକାଶ ଚନ୍ଦ୍ରଙ୍କ ନିର୍ବାଚନ ପ୍ରଚାର ବିଷୟରେ କହୁଥିବା ବେଳେ ଅମିଷା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
/sambad/media/post_attachments/a9fabd7213deca07ab66ab4a200f5a0aa4feaf901a2ac1049c8dc013a8281a80.jpg)
ଅମିଷା କହିଛନ୍ତି, "ମୁଁ କେବଳ ଏତିକି କହିପାରିବି କି ମୁଁ ଡକ୍ଟର ପ୍ରକାଶ ଚନ୍ଦ୍ରଙ୍କ ସମର୍ଥନରେ ପ୍ରଚାର ଲାଗି ଯାଇଥିଲି। ସେ ଜଣେ ମାରାତ୍ମକ ବ୍ୟକ୍ତି। ସେ ଲୋକଙ୍କୁ ବ୍ଲାକମେଲ କରି ଧମକ ଚମକ ଦେଉଥିଲେ। ସେ ମୋତେ ବି ଧମକ ଦେଇ ଖରାପ ବ୍ୟବହାର ଦେଖାଇ ଥିଲେ। ଗତ ସନ୍ଧ୍ୟାରେ ମୁଁ ମୁମ୍ବାଇ ଫେରି ଆସିବା ପରେ ମଧ୍ୟ ସେ ମୋତେ ଧମକ ଦେବା ଜାରି ରଖିଛନ୍ତି।’
ପ୍ରକାଶ ଚନ୍ଦ୍ର ଓ ତାଙ୍କ କର୍ମୀ ମୋତେ ଧମକ ଦେଇ କହିଥିଲେ କି, ପାଟନାରେ ୩ ଘଣ୍ଟିଆ ପ୍ରଚାରରେ ମୁଁ ତାଙ୍କ ସହିତ ରହିବି। ମୋତେ ସେହି ଦିନ ସନ୍ଧ୍ୟାରେ ବିମାନ ଧରିବାର ଥିଲା କିନ୍ତୁ ସେ ଆସିବାକୁ ଦେଇ ନ ଥିଲେ। ଏକ ଗାଁରେ ରଖି ଧମକ ଦେଇଥିଲେ, ‘ଯଦି ମୁଁ ସେମାନଙ୍କ କଥା ନଶୁଣେ, ତେବେ ସେମାନେ ମୋତେ ସେଠାରୁ ଛାଡିବେ ନାହିଁ। ’
ଏମିତିକି ଗତକାଲି ରାତିରେ ବି ମୋତେ ବ୍ଲାକମେଲ କରି କହିଥିଲେ କି, ମୋ ଆକାଉଣ୍ଟକୁ ଟଙ୍କା ପଠାଇ ଦେବେ କିନ୍ତୁ ତାଙ୍କ ବିଷୟରେ ଜନତାଙ୍କୁ ଭଲ କଥା କହିବା ନିହାତି ଆବଶ୍ୟକ। ସେ ଆଦୌ ଭଲ ଲୋକ ନୁହନ୍ତି। କେମିତି ବିହାରରୁ ମୁମ୍ବାଇ ପହଞ୍ଚି ଜନତାଙ୍କୁ ସତ ଜଣାଇବି ସେ ଚିନ୍ତାରେ ମୁଁ ଥିଲି। ତାଙ୍କ ଦଳର କର୍ମୀ ସର୍ବଦା ମୋର ଗାଡ଼ିକୁ ଘେରି ରହିଥିଲେ। କୌଣସି ସମୟରେ ମୋର ଦୁଷ୍କର୍ମ ହୋଇ ପାରିଥାଆନ୍ତା, କୌଣସି ସମୟରେ ମୋତେ ହତ୍ୟା କରାଯାଇ ପାରି ଥାଆନ୍ତା ବୋଲି ଅମିଷା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/The_glamorous_Film_Star_Amisha_Patel_at_the_‘India_–_The_Big_Picture_Conference_–_2005_organized_by_CII_as_part_of_IFFI_events_in_Panaji_Goa_on_November_24_2005.jpg)