ଏହି କାରଣ ପାଇଁ ରାଞ୍ଚି ଅଦାଲତ ପକ୍ଷରୁ ଅମିଷା ପଟେଲଙ୍କୁ ସମନ ଜାରି, ଜୁଲାଇ ୮ରେ ଅଦାଲତରେ ହାଜିର ହେବାକୁ ଆଦେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ଉପରେ ଫିଲ୍ମ ନିର୍ମାତା ଅଜୟ କୁମାର ସିଂହ ଠକେଇ ଅଭିଯୋଗ ଆଣିଛନ୍ତି । ଯାହା ପାଇଁ ରାଞ୍ଚି ଅଦାଲତ ପକ୍ଷରୁ ଅମିଷାଙ୍କୁ ସମନ ଜାରି କରାଯାଇଛି । ସମନରେ ଜୁଲାଇ ୮ରେ ତାଙ୍କୁ ଅଦାଲତରେ ହାଜର ହେବା ପାଇଁ କୁାହାଯାଇଥିବା ଜଣା ପଡ଼ିଛି ।

ଫିଲ୍ମ ନିର୍ମାତା ଅଜୟ କୁମାର ସିଂହଙ୍କ କହିବା ଅନୁଯାୟୀ, ଅମିଷା ଦେଶୀ ମ୍ୟାଜିକ ନାମରେ ଏକ ଫିଲ୍ମ ପାଇଁ ୨.୫କୋଟି ଟଙ୍କା ନେଇଥିଲେ । କିନ୍ତୁ ପରେ ଫିଲ୍ମଟି କୌଣସି କାରଣରୁ ବନ୍ଦ ହୋଇଯିବାରୁ ଅଜୟ ଅମିଷାଙ୍କୁ ନିଜ ଟଙ୍କା ମାଗିଥିଲେ । ଅମିଷା ୩କୋଟି ଟଙ୍କାର ଚେକ୍‌ ଦେଇଥିବା ବେଳେ ତାହା ବାଉନ୍ସ ହୋଇ ଯାଇଥିଲା । ଯାହା ପରେ ବାଧ୍ୟ ହୋଇ ଅଜୟ ଅମିଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିବା ସହ ତାଙ୍କୁ ଏବେ ସମନ ଜାରି କରାଯାଇଛି । ମାମଲା ରୁଜୁ ହେବା ପରଠାରୁ ସମନ ପଠାଯିବା ପର୍ଯ୍ୟନ୍ତ ଅମିଷାଙ୍କ ସହ ଅନେକ ଥର ସଂପର୍କ କରାଯିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଜାଣି ଜାଣି ଅଣଦେଖା କରି ଦେଇଥିବା କହିଛନ୍ତି ଅଜୟ ।

ସମ୍ବନ୍ଧିତ ଖବର