ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସର୍ବୋତ୍ତମ ଦମ୍ପତି ବୋଲି କୁହାଯାଉଥିଲା। ତେବେ ଏବେ ସେମାନଙ୍କ ଅଲଗା ହେବା ଏବଂ ଛାଡପତ୍ରର ଗୁଜବ ପ୍ରଚାର ହେଉଛି।
ଏହି ସମୟରେ ଐଶ୍ୱର୍ଯ୍ୟାଙ୍କ ବ୍ୟକ୍ତିଗତ ଡାଏରୀର ଏକ ପୁରୁଣା ପୃଷ୍ଠା ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଛି। ଏହି ପୃଷ୍ଠାରେ ସେ ତାଙ୍କ ଦୁଃଖ ବିଷୟରେ ଲେଖିଛନ୍ତି।
ଏଥିରେ ଐଶ୍ୱର୍ଯ୍ୟା ଲେଖିଛନ୍ତି ମୋର ଦୁଃଖ କେବଳ ମୋର। ଏହା ଦର୍ଶାଉଛି ଯେ ସେ ନିଜ ଯନ୍ତ୍ରଣା ଏବଂ ଦୁଃଖ କାହା ସହିତ ବାଣ୍ଟିବାକୁ ପସନ୍ଦ କରନ୍ତି ନାହିଁ। ଏହିପରି ସେ ନିଜ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖନ୍ତି । ସେ ଲେଖିଛନ୍ତି ଯେଉଁମାନେ କିଛି ହାସଲ ପାଇଁ ନିମ୍ନସ୍ତରକୁ ଯାଇପାରନ୍ତି ମୁଁ ସେମାନଙ୍କୁ ନିଜଠାରୁ ଦୂରେଇ ରଖିଥାଏ।
ଐଶ୍ୱର୍ଯ୍ୟାଙ୍କ ଡାଏରୀର ଏହି ପୃଷ୍ଠା ରେଡ୍ଡିଟ୍ରେ ସେୟାର ହେବାରେ ଲାଗିଛି। ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ସମ୍ପର୍କ ବିଷୟରେ କଥାବାର୍ତ୍ତା କରି ଏକ ପୁରାତନ ସାକ୍ଷାତକାରରେ ଅଭିଷେକ ଦୁହିଁଙ୍କ ପ୍ରଥମ ସାକ୍ଷାତ ବିଷୟରେ କହିଥିଲେ। ୨୦୨୧ ମସିହାରେ ଦି ରଣବୀର ଶୋ’ରେ ଅଭିଷେକ ବଚ୍ଚନ ଏହା ବିଷୟରେ କହିଥିଲେ।
ସେ ଏଥିରେ କହିଥିଲେ ମୋର ପ୍ରିୟ ବନ୍ଧୁ ବବି ଦେଓଲ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଔର ପ୍ୟାର ହୋ ଗୟା ପାଇଁ ସୁଟିଂ କରୁଥିଲେ। ମୁଁ ସେଠାରେ ଥିଲି। ସେ ମୋତେ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ସେଠାରେ ମୁଁ ଐଶ୍ୱର୍ଯ୍ୟାଙ୍କ ସହିତ ପ୍ରଥମ ଥର ତାଙ୍କ ସହ କଥାବାର୍ତ୍ତା କରିଥିଲି। ଏହା ଐଶ୍ଚର୍ଯ୍ୟାଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା।