ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବାରେ ଲାଗିଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିଛି। ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବ‌ା ସହ କମ ହେବାରେ ଲାଗିଛି ଫିଲ୍ମର ବକ୍ସ ଅଫିସର ଆୟ। ବକ୍ସ ଅଫିସର ଅବସ୍ଥ‌ା ଦେଖି ଓଟିଟିରେ ରିଲିଜ୍ ପାଇଁ ଫିଲ୍ମର ରାଇଟ୍ସ କିଣିବାକୁ ଚୁକ୍ତି କରିଥିବା ନେଟଫ୍ଲିକ୍ସ ଏବେ ଚୁକ୍ତି ବାତିଲ କରିଥିବା ଚର୍ଚ୍ଚା ହେଉଛି।

Advertisment

ଏସବୁ ମଧ୍ୟରେ ଏବେ ଆମୀର ୨ମାସ ପାଇଁ କାମରୁ ବିରତି ନେଉଥିବା ଜଣାପଡ଼ିଛି। କୁହାଯାଉଛି ଯେ, ଆମୀର ଖାନ୍ ୨ମାସ ପାଇଁ ଆମେରିକା ଯିବେ। ତେବେ ବୁଲିବା ପାଇଁ ନୁହେଁ ଏକ ଜରୁରୀ କାମରେ ସେ ଆମେରିକା ଯାଉଥିବା ଚର୍ଚ୍ଚା ହେଉଛି। ଫିଲ୍ମର ବିଫଳତାକୁ ଆପଣାଇବା ସହ ଏହି ୨ମାସ ମଧ୍ୟରେ ଲାଲ ସିଂ ଚଢ଼ାକୁ ଅନ୍ତର୍ଜାତୀୟ କ୍ଷେତ୍ରରେ ରିଲିଜ୍ କରିବାର ଯୋଜନା ଉପରେ ସେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। କାମ ସହିତ ଆମୀର ଖାନ ମଧ୍ୟ ଏହି ବିରତି ଉପଭୋଗ କରିବେ।

ତେବେ ଆମୀର ଖାନଙ୍କ ପରବର୍ତ୍ତୀ ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଏକ କ୍ରୀଡା ସମ୍ବନ୍ଧୀୟ ଫିଲ୍ମ ହେବ ବୋଲି କୁହାଯାଉଛି, ଯାହାର ନିର୍ଦ୍ଦେଶନା ଦେବେ ଆର.ଏସ୍ ପ୍ରସନ୍ନା। ଏହି ଚଳଚ୍ଚିତ୍ରଟି ୨୦୧୮ରେ ରିଲିଜ ହୋଇଥିବା ସ୍ପେନୀୟ ଚଳଚ୍ଚିତ୍ର କ୍ୟାମ୍ପୋନ୍ସର ରିମେକ୍ ହେବ।