କ୍ୟାଟ୍‌ ଆଉ ଅନୁଷ୍କାଙ୍କ ସହ ଅଭିନୟ କରିବାକୁ ଚାହାନ୍ତି ନାହିଁ ଆମୀର୍‌!

ମୁମ୍ବାଇ: ଖୁବ୍‌ ଅଧିକ ଚଳଚ୍ଚିତ୍ର ନ କଲେ ବି ଦର୍ଶକଙ୍କୁ ଭଲ ଚଳଚ୍ଚିତ୍ର ଦେଉଥିବା ନାୟକଙ୍କ ମଧ୍ୟରେ ଅମୀର ଖାନ୍‌ ବେଶ୍‌ ଆଗୁଆ। ଏପରିକି ବର୍ଷକୁ ଥରେ ମାତ୍ର ମୁହଁ ଦେଖାଇ ଆମୀର ପାଲଟି ଯାଆନ୍ତି ସମସ୍ତଙ୍କ ପ୍ରିୟ। ‘ଥ୍ରି ଇଡିୟଟ୍‌ସ’, ‘ଗଜ୍‌ନୀ’, ‘ପିକେ’, ‘ଧୁମ୍‌-୩’ ଏବଂ ‘ଦଙ୍ଗଲ’ ଆଦି ଲଗାତର ସୁପରହିଟ୍‌ ଚଳଚ୍ଚିତ୍ର ଦେଇ ଗତ କିଛି ବର୍ଷ ହେବ ସେ ପାଲଟି ଯାଇଛନ୍ତି ହିଟ୍‌ ହିରୋ।

ତେବେ, ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କ୍ୟାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମାଙ୍କ ପରି ଲୋକପ୍ରିୟ ଅଭିନେତ୍ରୀ ଦ୍ୱୟଙ୍କ ସହ ଆମୀରଙ୍କର କି ପ୍ରକାର ଶତ୍ରୁତା! ବାସ୍ତବ କଥା ହେଲା, ଆମୀର ଉଭୟ କ୍ୟାଟ୍‌ ଓ ଅନୁଙ୍କୁ ଖୁବ୍‌ ପସନ୍ଦ କରନ୍ତି। ମାତ୍ର ସେ ନିକଟରେ ପ୍ରକାଶ କରିଛନ୍ତି ଯେ ଦର୍ଶକଙ୍କୁ ଭିନ୍ନ ଚଳଚ୍ଚିତ୍ର ଦେବା ତାଙ୍କର ଏକ ପ୍ରକାରର ନିଶା ପାଲଟିଗଲାଣି। ଚଳଚ୍ଚିତ୍ର ସେତେବେଳେ ଭିନ୍ନ ଲାଗିବ ଯେତେବେଳେ ନାୟକଙ୍କ ନାୟିକା ବଦଳିବେ। ଯେହେତୁ ସେ ନିକଟରେ କ୍ୟାଟ୍‌ ଓ ଅନୁଷ୍କାଙ୍କ ସହ ଅଭିନୟ କରିସାରିଛନ୍ତି ତେଣୁ ସେ ଏତେ ଶୀଘ୍ର ପୁଣି ଥରେ ସେ ଏହି ୨ ଜଣଙ୍କ ସହ ନଜର ଆସିବାକୁ ଚାହାନ୍ତି ନାହିଁ। ବ୍ୟାକ୍ତିଗତ ଭାବେ ଆମୀର ଏହି ୨ ଅଭିନେତ୍ରୀଙ୍କୁ ଖୁବ୍‌ ପସନ୍ଦ କରୁଥିଲେ ବି ତାଙ୍କର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ସେ ଏପରି ଖୁଲାସା କରିଛନ୍ତିି।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ‘ଧୁମ୍‌-୩’ରେ କ୍ୟାଟ୍‌ଙ୍କ ସହ ଆମୀରଙ୍କର ଜବରଦସ୍ତ କେମେଷ୍ଟ୍ରି ରହିଥିବା ବେଳେ ‘ପିକେ’ ଚଳଚ୍ଚିତ୍ରରେ ଆମୀରଙ୍କ ବିପକ୍ଷରେ ଥିଲେ ଅନୁଷ୍କା ଶର୍ମା।

ସମ୍ବନ୍ଧିତ ଖବର