ମୁମ୍ବାଇ : ବଲିଉଡ୍‌ର ଅନେକ କଳାକାର ଅଭିନେତା ହେବା ପରେ ରାଜନେତା ହୋଇଛନ୍ତି । ଅଭିନୟ ଜଗତରେ ଲୋକପ୍ରିୟତା ହାସଲ କରିବା ପରେ ସେମାନେ ନିଜ ଲୋକପ୍ରିୟତାକୁ ରାଜନୀତିରେ ବ୍ୟବହାର କରିଥିବା ବେଳେ ଏପରି କରିବାକୁ ଚାହୁଁନାହାନ୍ତି ଅଭିନେତା ଆମିର ଖାନ୍‌ । ଦେଶରେ ଏବଂ ଦେଶ ବାହାରେ ଆମିରଙ୍କର ଅନେକ ପ୍ରଶଂସକ ଥାଇ ମଧ୍ୟ ସେ ରାଜନୀତିକୁ ଆସିବେ ନାହିଁ ବୋଲି କହିଛନ୍ତି ।

Advertisment

publive-image DNA India

ତାଙ୍କ କହିବା ଅନୁଯାୟୀ, ରାଜନୀତିକୁ ମୁଁ ବହୁତ ଡ଼ରେ । ମୁଁ ଜଣେ ରଚନାତ୍ମକ ମଣିଷ । ରାଜନୀତି କଲା ଭଳି ମୋର ଭାବନା ନାହିଁ। ମୁଁ ଏବେ ଯେଉଁ ପେସାରେ ଅଛି ସେ ପେସାରେ ଥାଇ ମଧ୍ୟ ମୁଁ ଲୋକମାନଙ୍କୁ ଠିକ୍‌ ବାଟ ଦେଖାଇବା ସହ ସେମାନଙ୍କୁ ସାହାଯ୍ୟ କରି ପାରିବି । ଏଥି ପାଇଁ ମୋତେ ରଜନୀତିକୁ ଯିବା କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ରାଜନୀତିକୁ ନେଇ ଆମିରଙ୍କ ଏହି ବୟାନ ଏବେ ଚର୍ଚ୍ଚାରେ ରହିଥିବା ଜଣାପଡ଼ିଛି ।