ମୁମ୍ବାଇ: ଏଇ ୧୫ ତାରିଖରେ ଇଦ୍ ଅବସରରେ ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ ଅଭିନୀତ ନୂଆ ସିନେମା ‘ରେସ୍ -୩’ ମୁକ୍ତିଲାଭ କରୁଛି। ଏହି ସିନେମା ରିଲିଜ୍ ହେବା ଆଗରୁ ଏକ ନୂଆ ରେକର୍ଡ କରିଛି। ଏବେ ଜାଣନ୍ତୁ ଏହା କ’ଣ ।
ବଲିଉଡରେ ଚର୍ଚ୍ଚା ଚାଲିଛ ଯେ ସଲମାନ୍ ଖାନ୍ଙ୍କ ‘ରେସ୍-୩’ ଦଙ୍ଗଲର ଏକ ରେକର୍ଡ ଭାଙ୍ଗି ଦେଇଛି। ତାହା ହେଲା ସାଟେଲାଇଟ୍ ରାଇଟ୍ସରୁ ଆୟ। ଶୁଣିବାକୁ ମିଲୁଛି ଯେ ‘ରେସ୍-୩’ର ୧୫୦ କୋଟି ଟଙ୍କାରେ ସାଟେଲାଇଟ୍ ରାଇଟ୍ସ ବିକ୍ରି ହୋଇଛି। ଏହା ହେଉଛି ସବୁଠାରୁ ଅଧିକ। ଏହା ପୂର୍ବରୁ କୌଣସି ବି ହିନ୍ଦୀ ସିନେମାକୁ ୧୫୦ କୋଟି ଟଙ୍କାମିଳି ନ ଥିଲା ରାଇଟ୍ସ ବାବଦରେ। ଏଠାରେ ସୂଚନାଯୋଗ୍ୟ ଯେ ଅମୀର୍ ଖାନଙ୍କ ‘ଦଙ୍ଗଲ’କୁ ମାତ୍ର ୭୫ କୋଟି ଟଙ୍କା ରେ ସାଟେଲାଇଟ୍ ରାଇଟ୍ସ ବିକ୍ରି କରାଯାଇଥିଲା।
ଅର୍ଥାତ୍ ସାଟେଲାଇଟ୍ସ ବିକ୍ରି ମାମଲାରେ ସଲମାନ୍ ଖାନ୍ଙ୍କ ‘ରେସ୍ -୩’ , ଅମୀର ଖାନ୍ଙ୍କ ଦଙ୍ଗଲକୁ ପଛରେ ପକାଇଛି। ଏହା ବି କୁହାଯାଇପାରେ ଯେ ସଲମାନ୍ ଖାନ୍ ଏହି ମାମଲାରେ ଅମୀର ଖାନ୍ଙ୍କୁ ମାତ୍ ଦେଇଛନ୍ତି।
‘ରେସ୍-୩’ର ପ୍ରଯୋଜକ ହେଲେ ରମେଶ ତୌରାନୀ ଓ ସଲମାନ୍ ଖାନ୍ । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରେମୋ ଡିସୁଜା।
‘ରେସ୍-୩’ ରେ ମୁଖ୍ୟ ଭୂମିକାରେ ସଲମାନ୍ ଖାନ୍ , ଜାକ୍ଲିନି ଫର୍ଣ୍ଣାଡିଜ୍, ଅନୀଲ କପୁର, ବବି ଦେଓଲ୍, ଡେଜି ଶାହା ଓ ସାକିବ୍ ସଲିମ ପ୍ରମୁଖ ଅଛନ୍ତି।