ମୁମ୍ବାଇ: ଅମୀର୍ ଖାନ୍ ଏବଂ ସନ୍ନି ଦେଓଲଙ୍କ ଭିତରେ ଟକ୍କର ଘଟଣା ଦୁଇ ଥର ବେଶ୍ ଚର୍ଚ୍ଚିତ ହୋଇଥିଲା। ମଜାର କଥା ହେଉଛି ଯେ,ଦୁଇଜଣ ସିନେମାକୁ ଦର୍ଶକ ପସନ୍ଦ କରିଥିଲେ। ଏଦୁଇ ସିନେମା ସୁପରହିଟ୍ ବି ହୋଇଥିଲା ,କିନ୍ତୁ ପ୍ରଥମ ଥର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ ସନ୍ନି।
୧୯୯୦ ମସହାରେ ଅମୀର ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଦିଲ୍’ ଓ ସନ୍ନି ଦେଓଲ ଷ୍ଟାରର୍‘ଘାୟଲ୍’ଏକା ତାରିଖରେ ରିଲିଜ୍ ହୋଇଥିଲା। ‘ଦିଲ୍’ର ନିର୍ଦ୍ଦେଶକ ହେଲେ ଇନ୍ଦ୍ର କୁମାର।ଏଥିରେ ଅମୀର୍ ଖାନ୍ଙ୍କ ବିପକ୍ଷରେ ମାଧୁରୀ ଦୀକ୍ଷିତ ଥିଲେ ନାୟିକା ଭୂମିକାରେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ୍ ମିଲିନ୍ଦ୍।ଏହା ଏକ ରୋମାଣ୍ଟିକ୍ ଫିଲ୍ମ। ଏହି ସିନେମା ଜବରଦସ୍ତ ହିଟ୍ ହୋଇଥିଲା।
/sambad/media/post_attachments/wp-content/uploads/2018/10/Sunny-Deol-Net-Worth-300x225.jpg)
ଅପରପକ୍ଷରେ ‘ଘାୟଲ୍’ର ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀ। ଏହା ଏକ ସୁପର ଆକ୍ସନ୍ ଫିଲ୍ମ। ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ଅପୋଜିଟ୍ରେ ନାୟିକା ଥିଲେ ମିନାକ୍ଷୀ ଶେଷାଦ୍ରୀ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ ବବର୍ ଓ ମୌସୁମୀ ଚାଟ୍ଟାର୍ଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ‘ଘାୟଲ୍’ ବି ବକ୍ସ ଅଫିସ୍ରେ ସୁପରହିଟ୍ ହୋଇଥିଲା। ଖାଲି ସେତିକି ନୁହେଁ ‘ଘାୟଲ୍’ବି ବକ୍ସ ଅଫିସ୍ରେ ସୁପରହିଟ୍ ହୋଇଥିଲା। ଖାଲି ସେତିକି ନୁହେଁ ‘ଘାୟଲ୍’ ଉଚ୍ଚକୋଟିର ଅଭିନୟ ପାଇଁ ସନ୍ନି ଦେଓଲ୍ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/aamir-khan.jpg)