ପତ୍ନୀ ଓ ପ୍ରେମିକାଙ୍କ ସହ ଗୋଟିଏ ଛାତ ତଳେ ରହୁଥିଲେ ଏହି ସେଲିବ୍ରିଟି , ଜାଣନ୍ତୁ ସେହି ପ୍ରେମିକାଜଣକ କେଉଁ ନାମୀ ନାୟିକା

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହେ’ରୁ କ୍ୟାରିଅର ଆରମ୍ଭ କରିଥିଲେ ଅମିଷା ପଟେଲ୍‌। ପ୍ରଥମ ସିନେମା ‘କହୋ ନା ପ୍ୟାର୍‌ ହେ’ ରିଲିଜ୍‌ ହେବାପରେ ସେ ଜଣେ ନାମୀ ଷ୍ଟାର୍‌ ବନିଯାଇଥିଲେ। ତାପରେ ତାଙ୍କୁ ଅନେକ ସିନେମାରେ ଦେଖିବାକୁ ମିଳିଛି। ହେଲେ ଅମିଷାଙ୍କ କାରନାମାକୁ ନେଇ ଅଧିକାଂଶ ସମୟରେ ତାଙ୍କ ଘରଲୋକେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିଲେ। ଥରେ ଏମିତି ବି ହୋଇଥିଲା କି ଅମିଷାଙ୍କୁ ଘରୁ ତଡ଼ି ଦେଇଥିଲେ ବାପା ମାଆ।

photo-deccan chronicle

ଅମିଷା ସେହି ସମୟରେ ତାଙ୍କର ବିଜିନେସ୍‌ ପାର୍ଟନର୍‌ କୁନାଲ ଗୁମରଙ୍କ ଘରେ ଆସି ରହିଥିଲେ। ଅମିଷା ପଟେଲ୍‌ ଓ କୁନାଲ୍‌ଙ୍କ ପ୍ରେମ ସଂପର୍କ ସମସ୍ତ ସୀମା ଟପି ଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା।କୁନାଲ ଗୁମର ଥିଲେ ବିବାହିତ। କୁହାଗଲା ଯେ ଅମଷା ତାଙ୍କର ପ୍ରେମିକ କୁନାଲ୍‌ ଓ ତାଙ୍କ ପତ୍ନୀ ଶାମ୍‌ଲିଙ୍କ ସହିିତ ଏକା ଘରେ ରହୁଥିଲେ। ସେହି ଘରେ ତିନିଜଣଯାକ ପ୍ରାୟ ଛଅ ମାସଯାଏଁ ଥିଲେ ବୋଲି କୁହାଯାଏ। ଏହାକୁ ନେଇ ଶାମ୍‌ଲିଙ୍କର କିଛି ଆପତ୍ତି ନ ଥିଲା। କିନ୍ତୁ ପରେ ଅମିଷା କୁନାଲଙ୍କ ଘର ଛାଡି ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର