ବିନା ନିମନ୍ତ୍ରଣରେ ପାର୍ଟିରେ ପହଞ୍ଚି ଯାଉଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ରେ ପ୍ରଖ୍ୟାତ୍‌ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କ ବ୍ଲକ୍‌ବଷ୍ଟର ମୁଭି‘ କହୋ ନା ପ୍ୟାର୍‌ ହେ’ ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ ଅମିଷା ପଟେଲ୍‌ । ଏହାପରେ ତାଙ୍କୁ ଭଲ ଭଲ ସିନେମାର ଅଫର୍‌ ମିଳିଥିଲା ଯାହା ଫଳରେ କିଛି ବର୍ଷ ଭିତରେ ବଲିଉଡର ଜଣେ ଟପ୍‌ ହିରୋଇନ୍‌ ଭାବେ ପରିଗଣିତ ହେଉଥିଲେ ସେ । ‘କହୋ ନା ପ୍ୟାର୍‌ ହେ’ ପରେ ଅମିଷା ‘ ଗଦ୍ଦର ଏକ ପ୍ରେମ୍‌ କଥା’, ‘ ହମ୍‌ରାଜ’, ‘ ଆପ୍‌ ମୁଝେ ଅଚ୍ଛେ ଲଗ୍‌ନେ ଲଗେ’, ‘ ସୁନୋ ଶଶୁରଜୀ’, ‘ ଓ୍ଵାଦା’, ‘ କ୍ରାନ୍ତି’, ‘ ମଙ୍ଗଲ ପାଣ୍ଡେ-ଦ ରାଇଜିଂ ’, ‘ ଆପ କି ଖାତିର ’, ‘ ୟେ ହେ ଜଲଓ୍ଵା’, ତଥାସ୍ତୁ, ହନିମୁନ ଟ୍ରାଭେଲସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ , ଭୁଲ୍‌ ଭୁଲେୟା ଓ ରେସ୍‌ -ଟୁ ଆଦି ସିନେମାରେ ଅଭିନୟ କରିଥିଲେ ।

ଅମିଷା ପଟେଲ୍‌ ବେଶ୍‌ କେତୋଟି ତେଲୁଗୁ ଓ ତାମିଲ ସିନେମାରେ ମଧ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି । ୨୦୧୧ରେ ସେ ବିଜିନେସ୍‌ ପାର୍ଟନର୍‌ କୁନାଲ୍‌ ଗୁମରଙ୍କ ସହିତ ମିଶି ଅମିଷା ପଟେଲ୍‌ ପ୍ରଡକ୍ସନସର ଶୁଭାରମ୍ଭ କରିଥିଲେ । ଏହି ବ୍ୟାନର ଦୁଇଟି ଭିନ୍ନ ଭିନ୍ନ ଫିଲ୍ମର ନିର୍ଦ୍ଦେଶନା ଦେବା ଲାଗି ଯଥାକ୍ରମେ ଡେଭିଡ ଧଓ୍ଵନ୍‌ ଓ ପ୍ରିୟଦର୍ଶନଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା । କିନ୍ତୁ ଏହି ଦୁଇଟି ସିନେମାର କାମ ପରବର୍ତ୍ତୀ ସମୟରେ ଆରମ୍ଭ ହୋଇପାରିନଥିଲା। ପ୍ରକାରାନ୍ତରେ କହିବାକୁ ଗଲେ ଅମିଷାଙ୍କ ପ୍ରଯୋଜିକା ହେବାର ଅଭିଳାଷ ପୂରଣ ହୋଇନାହିଁ।ହେଲେ ଏବେ ତାଙ୍କ ହାତରେ ଗୋଟିଏ ବି ସିନେମା ନାହିଁ । ଖାଲି ସେତିକି ନୁହେଁ ଦୀର୍ଘ ପାଞ୍ଚ ବର୍ଷ ହେବ ତାଙ୍କୁ କୌଣସି ହିନ୍ଦୀ ଫିଲ୍ମରେ ଦେଖିବାକୁ ପାଇନାହାଁନ୍ତି ଦର୍ଶକ । ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ସିନେମା ହେଲା ୨୦୧୩ରେ ରିଲିଜ୍‌ ହୋଇଥିବା ‘ ଶର୍ଟକଟ୍‌ ରୋମିଓ’ ।

photo-raikfcquaxqncofqfm.stackpathdns.com

ହାତରେ ଫିଲ୍ମ ନ ଥାଇ କି ଆକ୍ଟିଂ ବା ମଡେଲିଂରୁ ଏବେ ଭଲ ରୋଜଗାର କରୁନ ଥିବା ଅମିଷା ଏବେ ବି ବେଶ୍‌ ଶାନଦାର୍‌ ଜୀବନଶୈଳୀ ଅତିବାହିତ କରୁଛନ୍ତି । ଅମିଷା ଏବେ ଯେଉଁ ବ୍ୟାଗ୍‌ ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ ୭୭୫ ଡଲାର୍‌ ଅର୍ଥାତ୍‌ ୫୦୭୧୩ଟଙ୍କା ବୋଲି କୁହାଯାଉଛି । ଠିକ୍‌ ସେହି ପରି ସେ ଯେଉଁ ଷ୍ଟାଫ୍‌ ବ୍ୟବହାର କରୁଛନ୍ତି, ତାର ମୂଲ୍ୟ ବି କିଛି କମ୍‌ ନୁହେଁ । ଏଠାରେ ଅମିଷାଙ୍କର ଯେଉଁ ହ୍ୟାଣ୍ଡ୍‌ବ୍ୟାଗ୍‌ କଥା କୁହାଯାଉଛି, ତାହା ଭର୍ସେସ୍‌ ଚାଓସ୍‌’ ବ୍ରାଣ୍ଡର । ଖାଲି ସେତିକି ନୁହେଁ, ଅମିଷା ପଟେଲ୍‌ଙ୍କୁ ଏବେ ବଡ଼ ବଡ଼ ବଲିଉଡ୍‌ ପାର୍ଟିରେ ବି ଦେଖିବାକୁ ମିଳୁଛି । ଏମିତି କି ଅନେକ ପାର୍ଟିରେ ନିମନ୍ତ୍ରିତ ହୋଇ ନଥିଲେ ପହଞ୍ଚି ଯାଉଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି ।ନିକଟରେ ସେ କରଣ ଜୋହରଙ୍କ ଏକ ପାର୍ଟିରେ ନିଜର ଉପସ୍ଥିତି ଜାହିର କରି ଅନେକଙ୍କୁ ଆଚମ୍ବିତ କରିଥିଲେ। ହେଲେ ତାଙ୍କର ଏହା ଅଭ୍ୟାସରେ ପରିଣତ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର