ନୂଆଦିଲ୍ଲୀ: ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ହୋଇଥିଲା । ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।

Advertisment

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏହାରି ଭିତରେ ଅଢ଼େଇ ବର୍ଷ ବିତିଗଲାଣି । ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଏହି କ୍ରମରେ ସୁଶାନ୍ତଙ୍କ ବନ୍ଧୁ ତଥା ଅଭିନେତା ଅମିତ ଶାଧ୍ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଗ୍ରହଣ କରି ପାରି ନଥିଲେ।

ନିକଟରେ ଅମିତ ସାଧ୍ କହିଛନ୍ତି, ‘ ଯେ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ମୁଁ ସ୍ଥାଣୁ ପାଳଟି ଯାଇଥିଲି। ସୁଶାନ୍ତଙ୍କ ମୃତ୍ୟୁର ୩/୪ ମାସ ପୂର୍ବରୁ ମୁଁ ଅଭିନେତାଙ୍କ ସହ କଥା ହେବାକୁ ଜଣେ ବ୍ୟକ୍ତିଙ୍କୁ ନମ୍ବର ମାଗିଥିଲି। କିନ୍ତୁ ସେ କହିଥିଲେ ସୁଶାନ୍ତ ଏବେ କୌଣସି ନମ୍ବର ରଖି ନାହାନ୍ତି କି କାହା ସହିତ କଥା ହେଉ ନାହାନ୍ତି। ତା’ପରେ ହଠାତ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଖବର ପାଇଥିଲି। ଆଉ ଏହି ଖବରକୁ ମୁଁ ସହ୍ୟ କରି ପାରି ନଥିଲି। ବଲିଉଡରେ ତିଷ୍ଟିକି ରହିବା ବହୁତ କଷ୍ଟକର, ତେଣୁ ମୁଁ ଚିଡିଯାଇ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି।

ଏମିତ  ବି ଏକ ସମୟ ଥିଲା ମୁଁ  ଥରେ କି ଦୁଇଥର ନୁହେଁ ୪ଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲି। ଯେତେବେଳେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରେ । ସେତେବେଳେ ତାର କୌଣସି ଦୋଷ ନଥାଏ । ବରଂ ଏହା ସମାଜର ଓ ତାଙ୍କ ଆଖପାଖରେ ରହୁଥିବା ଲୋକଙ୍କ ଦୋଷ ଥାଏ । କାରଣ ସେହି ବ୍ୟକ୍ତି ସେହି ସମୟରେ ନିଜ ଲୋକଙ୍କ ଠାରୁ ସମସ୍ତ ଆଶା ହରାଇ ଦେଇଥାଏ । ଏବଂ କୌଣସି ବିଷୟରେ ଚିନ୍ତା କରିବା ପାଇଁ ତା ’ପାଖରେ ଧୌର୍ଯ୍ୟ ନଥାଏ। ତେବେ ଆତ୍ମହତ୍ୟା କରିବା କଥା ଣୁଣିବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମୋତେ ଏନେଇ ବହୁତ ବୁଝାଇଥିଲେ। ଏବେ ମୁଁ ଠିକ ଅଛି, ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି।’