ବାତ୍ୟା ପ୍ରତି ସତର୍କ ରହିବାକୁ ପ୍ରଶଂସକଙ୍କୁ ପରାମର୍ଶ ଦେଲେ ଅମିତାଭ୍

ବି-ଟାଉନ୍‌ର ବିଗ୍‌ ବି ଅମିତାଭ୍ ବଚ୍ଚନ ଆଜି ସାମାଜିକ ଗଣମାଧ୍ୟମରେ ବାତ୍ୟା ତୌକ୍‌ତେ ପ୍ରତି ଯଥା ସମ୍ଭବ ସତର୍କ ରହିବାକୁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ସେ ଟ୍ବିଟ୍ କରିଛନ୍ତି ଯେ ବାତ୍ୟା ପ୍ରଭାବରେ ମୁମ୍ବାଇରେ ଏବେ ଠାରୁ ବର୍ଷା ଆରମ୍ଭ ହୋଇଗଲାଣି। ତେଣୁ ସମସ୍ତେ ଦୟାକରି ସୁସ୍ଥ ଓ ସତର୍କ ରୁହନ୍ତୁ। ଏହା ସହିତ ଭଗବାନଙ୍କୁ ମଧ୍ୟ ପ୍ରାର୍ଥନା କରିବାକୁ କହିଛନ୍ତି।

ତେବେ ବାତ୍ୟା ତୌକ୍‌ତେ ପାଇଁ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ଗୁଜୁରାଟ ଆଦି ପ୍ରମୁଖ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ବିଗ୍ ବି ଆଜି କୋଭାକ୍ସିନ ଟିକାର ଦ୍ବିତୀୟ ଡୋଜ୍ ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। କରୋନାର ଦ୍ବିତୀୟ ଲହରରେ ସବୁଠାରୁ ଖରାପ ସମୟ ବର୍ତ୍ତମାନ ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର