ପାଦରେ ଦିବ୍ୟାଙ୍ଗ ଆଙ୍କିଲେ ଅମିତାଭଙ୍କ ଚିତ୍ର

ମୁମ୍ବାଇ: ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କୁ ତାଙ୍କ ପ୍ରଶଂସକମାନେ ଖୁବ ଭଲ ପାଆନ୍ତି | ବଚ୍ଚନ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଏହି ଭଲ ପାଇବାକୁ ସମ୍ମାନ କରନ୍ତି | ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଅମିତାଭ ତାଙ୍କର ଜଣେ ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ ଏକ ପେଣ୍ଟିଂ ସେୟାର କରିଛନ୍ତି। ପେଣ୍ଟିଂ ବିଷୟରେ ବିଶେଷ କଥା ହେଉଛି ଯେ ଯିଏ ଏହି ଚିତ୍ର ଆଙ୍କିଛନ୍ତି, ସେ ଜଣେ ଦିବ୍ୟାଙ୍ଗ | ନିଜ ପାଦ ଦ୍ୱାରା ଅମିତାଭଙ୍କ ଏହି ପେଣ୍ଟିଙ୍ଗକୁ ପ୍ରଶଂସକ ଜଣକ ଆଙ୍କିଛନ୍ତି |

ଫ୍ୟାନ୍ ଏବଂ ତାଙ୍କ କଳାକୃତିକୁ ସେୟାର କରିବାବେଳେ ଅମିତାଭ ଲେଖିଛନ୍ତି- ‘ସେ ହେଉଛନ୍ତି ଆୟୁଷ | ଦିବ୍ୟାଙ୍ଗ ହୋଇଥିବା ଯୋଗୁଁ ହାତ ବ୍ୟବହାର କରିପାରିବେ ନାହିଁ, ତେଣୁ ସେ ପାଦରେ ଚିତ୍ର ଆଙ୍କିଛନ୍ତି | ମୋ ଘରେ ତାଙ୍କୁ ଭେଟିବା ଏକ ସୌଭାଗ୍ୟର ବିଷୟ | ଭଗବାନ ତାଙ୍କୁ ଓ ତାଙ୍କ ପ୍ରତିଭାକୁ ଆଶୀର୍ବାଦ କରନ୍ତୁ’ |


ଏଠାରେ ସୂଚନା ଥାଉ କି ଯେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଗୁଲାବୋ ସୀତାବୋ’ ଆମାଜନ ପ୍ରାଇମ ଭିଡିଓରେ ନିକଟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଅମିତାଭ ମିର୍ଜା ଭୂମିକାରେ ଅଭିନୟ କରିଥିଲେ। ଗୁଲାବୋ ସିତାବୋରେ ଅମିତାଭଙ୍କ ସହ ଆୟୁଷ୍ମାନ ଖୁରାନା, ଫାରୁଖ ଜାଫର, ସୃଷ୍ଟି ଶ୍ରୀବାସ୍ତବ, ବିଜୟ ରାଜ ଏବଂ ବ୍ରିଜେନ୍ଦ୍ର କାଲାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ସିର୍କାର।

ସମ୍ବନ୍ଧିତ ଖବର