ବନ୍ଧୁଙ୍କ କଟାକ୍ଷରେ ବିବ୍ରତ ବିଗ୍‌ ବି ରାଗରେ ଘରକୁ ଯାଇ ବାପାଙ୍କୁ ପ୍ରଶ୍ନ କରିଥିଲେ, ମୋତେ କାହିଁକି ଜନ୍ମ କରୁଥିଲ ? ମିଳିଥିଲା ଏପରି ଉତ୍ତର

ମୁମ୍ବାଇ : ଗତ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଛି ଲୋକପ୍ରିୟ ରିୟାଲିଟି ସୋ’ କୌନ୍‌ ବନେଗା କରୋଡ଼ପତି । ଏହାର ହୋଷ୍ଟିଂ କରୁଛନ୍ତି ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ । ଆରମ୍ଭ ହେବା ପରେ ପରେ ସୋ’କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅମିତାଭଙ୍କ ବିଷୟରେ ଜଣା ପଡ଼ିଥିବା ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ବଡ଼ କଥା ହେଲା, ଏତେ ଦିନ ପରେ ଅମିତାଭ ନିଜେ ନିଜ ଜୀବନର ଏହି ମହତ୍ତ୍ୱପୂର୍ଣ୍ଣ କଥା ସମସ୍ତଙ୍କୁ ଜଣାଇଛନ୍ତି । ଯୌବନରେ ସେ ନିଜ ବାପା ହରିବଂଶ ରାୟ ବଚ୍ଚନଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ ସେ ବିଷୟରେ ଜଣାଇଥିଲେ ।

The Indian Express

ଘଟଣାଟଇ ଥିଲା ଏମିତି। ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଅବେଦନ କରି ବଫଳ ହେବା ପରେ ବିଗ୍‌ ବିଙ୍କ ସାଙ୍ଗ ତୁମ ବାପା ତୁମକୁ ଜନ୍ମ କରିଥିବାରୁ ସିନା ତୁମକୁ ଚାକିରି ମିଳୁ ନାହିଁ ବୋଲି କହିଥିଲେ । ସାଙ୍ଗର ଏହି କଥା ବିଗ୍‌ ବିଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ପର ଦିନ ସେ ରାଗରେ ନିଜ ବାପାଙ୍କୁ ମୋତେ କାହିଁକି ଜନ୍ମ କରୁଥିଲ ବୋଲି ପଚାରି ସେଠାରୁ ଚାଲି ଯାଇଥିଲେ । ପୁଅଠାରୁ ଏ ପ୍ରଶ୍ନ ଶୁଣି ଚିଠି ଜରିଆରେ ନିଜର ଉତ୍ତର ରଖିଥିଲେ ବିଗ୍‌ ବିଙ୍କ ବାପା ହରିବଂଶ ରାୟ ବଚ୍ଚନ । ସେ ଲେଖିଥିଲେ, ‘ଜୀବନରେ ଆସୁଥିବା ଅସୁବିଧାକୁ ଡ଼ରି ମୋତେ ମୋ ପୁଅ ଆଜି ପଚାରିଲା କି ମୋତେ କାହିଁକି ଜନ୍ମ କରିଥିଲ? ଏହା ଛଡ଼ା ମୋ ପାଖରେ କୌଣସି ଉତ୍ତର ନାହିଁ କି ମୋ ବାପା ମୋତେ ନ ପଚାରି ମୋତେ କାହିଁକି ଜନ୍ମ କରିଥିଲେ? ମୋ ବାପାଙ୍କୁ ତାଙ୍କ ବାପା ନ ପଚାରି କାହିଁକି ଜନ୍ମ କରିଥିଲେ?’ା ଏହି ଚିଠି ପଢ଼ିବା ପରେ ବିଗ୍‌ ବିଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିଲା ।

ସମ୍ବନ୍ଧିତ ଖବର