ସୋସିଆଲ ମିଡିଆରେ ‘ଅମିତାଭ ବଚ୍ଚନଙ୍କର କରୋନାରେ ମୃତ୍ୟୁ ହୋଇଯାଉ’ ପୋଷ୍ଟ ପରେ ବିଗ୍‌-ବିଙ୍କ କଡ଼ା ଜବାବ

ଅମିତାଭ ବଚ୍ଚନଙ୍କର କରୋନାରେ ମୃତ୍ୟୁ ହୋଇଯାଉ ବୋଲି ଜଣେ ଅଜଣା ବ୍ୟକ୍ତି ସୋସିଆଲ ମିଡିଆରେ ନିଜର ମତ ରଖିବା ପରେ ମହାନାୟକ ଏହି ଟ୍ରୋଲ୍‌ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ନିଜ ବ୍ଲଗ୍‌ରେ ସେ ଏ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ତାଙ୍କ ଭଳି ଫିଲ୍ମ ତାରକାଙ୍କ ବାବଦରେ ଟ୍ରୋଲ୍‌ କରି କେହି ନିଜର ମହତ୍ତ୍ବ ବଢ଼ାଇବାକୁ ଉଦ୍ୟମ କରୁଛି।

ଅମିତାଭ ସେଇ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ହେ ଅନାମଧାରୀ, ତୁମେ ତୁମ ବାପାଙ୍କ ନାଁ ଲେଖି ନାହଁ ଯେ। କାରଣ ତୁମେ ଜାଣିନାହଁ ବୋଧେ ତୁମକୁ କିଏ ଲାଳନ ପାଳନ କରିଛି। କେବଳ ଦୁଇଟି ଘଟଣା ଘଟିପାରେ। ମୁଁ ମରିଯାଇପାରେ, ନଚେତ୍‌ ଜୀବିତ ରହିବି। ଯଦି ମୁଁ ମରିଯାଏ ତେବେ ତୁମେ ଜଣେ ସେଲେବ୍ରିଟିଙ୍କ ଉପରେ ଏପରି ଆକ୍ଷେପଭରା ଓ ନିନ୍ଦନୀୟ ଲେଖା ଆଉ ଲେଖି ପାରିବ ନାହିଁ। ଅବସୋସ ଯେ ଯଦି ଅମିତାଭ ବଚ୍ଚନଙ୍କ ଉପରେ ଯେଉଁ କଥା ଲେଖି ଧ୍ୟାନ କେନ୍ଦ୍ରିତ କରିବାକୁ ଚେଷ୍ଟା କରୁଛ ହୁଏତ ସେତେବେଳେ ସେ ମହଜୁଦ ନଥିବେ।

ଯଦି ଈଶ୍ବରଙ୍କ କୃପାରୁ ମୁଁ ଜୀବିତ ରହିବି ତେବେ ତୁମ ଏହି ବାର୍ତାକୁ ଝଡ଼ର ସାମ୍ନା କରିବାକୁ ପଡ଼ିବ। କେବଳ ମୁଁ ନୁହେଁ ବରଂ ୯୦ ମିଲିୟନ ଅନୁଗାମୀଙ୍କ କୋପ ତୁମକୁ ସାମ୍ନା କରିବାକୁ ପଡ଼ିବ। ଅମିତାଭ ଏହା ବି କହିଛନ୍ତି ଯେ ତାଙ୍କ ପ୍ରଶଂସକମାନେ ଏହି ଟ୍ରୋଲ୍‌ ବିରୋଧରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଯଦି ମୁଁ ଜୀବିତ ରହେ ତେବେ ମୁଁ ନିଜେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ କରିବି। ସେ ଏକଥା ବି ‌କହିଛନ୍ତି ସେଇ ୯୦ ମିଲିୟନ ଏକ ସେନା। ସେମାନେ ହୁଏତ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ପୂରା ଦୁନିଆକୁ ଲଙ୍ଘିଯାଇପାରନ୍ତି।

ସମ୍ବନ୍ଧିତ ଖବର

Comments are closed.