ନାନା ପାଟେକରଙ୍କ ଉପରେ ଅଭିନେତ୍ରୀ ତନୁଶ୍ରୀ ଲଗାଇଥିବା ଆରୋପକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଅମିତାଭ ବଚ୍ଚନ ଏବଂ ଆମୀର ଖାନ୍‌

ମୁମ୍ବାଇ : କିଛି ଦିନ ହେବ ପରଦା ଠାରୁ ନିଜକୁ ଦୂରରେ ରଖିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ଉପରେ ସେ ଯୌନ ଶୋଷଣର ଆରୋପ ଲଗାଇବା ସହ ଘଟଣାର ୧୦ବର୍ଷ ପରେ ସେ ନେଇ ମୁହଁ ଖୋଲିଛନ୍ତି । ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ସମୟରେ ତାଙ୍କ ସହ ନାନା ଅସଦାଚରଣ କରିଥିଲେ ବୋଲି ତନୁଶ୍ରୀ ଅଭିଯୋଗ କରିଥିବା ବେଳେ ସେହି ଫିଲ୍ମରେ କୋରିଓଗ୍ରାଫି କରିଥିବା ଗଣେଶ ଆଚାର୍ଯ୍ୟ ତନୁଶ୍ରୀଙ୍କ ଆରୋପଙ୍କୁ ମିଛ ବୋଲି କହିବା ସହ ନାନା ଜଣେ ଭଲ ମଣିଷ ବୋଲି କହିଥିଲେ ।

DNA India

ଏବେ ଏହି ମାମଲାକୁ ନେଇ ନିଜ ମତ ରଖିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଆମୀର ଖାନ୍‌ । ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ର ଟ୍ରେଲର ଲଞ୍ଚ ଅବସରରେ ତନୁଶ୍ରୀଙ୍କ ଲଗାଇଥିବା ଆରୋପ ଉପରେ ବିଗ୍‌ ବିଙ୍କୁ ନିଜର ମତ ରଖିବା ପାଇଁ କୁହାଯାଇଥିବା ବେଳେ ସେ କହିଥିଲେ,‘ନା ମୁଁ ତନୁଶ୍ରୀ ନା ମୁଁ ନାନା ପାଟେକର ଯେ ମୁଁ ଏହି ମାମଲାକୁ ନେଇ ନିଜର ମତ ରଖିବି । ମୁଁ କେମିତି ଏହି ବିଷୟରେ ନିଜର ଜବାବ ଦେଇ ପାରିବି?’ ଅନ୍ୟ ପକ୍ଷରେ ଆମୀରଙ୍କୁ ଏ ନେଇ ପଚରାଯିବା ପରେ ଯେ ପର୍ଯ୍ୟନ୍ତ ଗୋଟେ ବିଷୟରେ ଭଲ ଭାବରେ ଜଣା ନଥିବ । ସେ ବିଷୟରେ କିଛି ବି କହିବା ଠିକ୍‌ ନୁହେଁ । ମୁଁ ଏ ବିଷୟରେ କିଛି ବି କହି ପାରିବି ନାହିଁ । କିନ୍ତୁ ଯଦି ସତରେ ଏପରି କିଛି ଘଟିଛି । ତେବେ ଏ ନେଇ ନିହାତି ଭାବରେ ତଦନ୍ତ କରାଯାଉ ବୋଲି ଆମୀର କହିଥିଲେ ।

ସମ୍ବନ୍ଧିତ ଖବର