ମୁମ୍ବାଇ: କରୋନା ପଜିଟିଭ୍ ଆସିବା ପରେ ନିକଟ ଅତୀତରେ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ଚିକିତ୍ସା ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ବୋଲି ଆପଣ ଜାଣିଥିବେ ନିଶ୍ଚୟ। ବାପପୁଅ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଖୁବ୍ ଶୀଘ୍ର ସେମାନେ ଘରକୁ ଫେରିପାରନ୍ତି ବୋଲି ଆଶା କରାଯାଉଛି। ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରାର୍ଥନା ଫଳ ଦେଉଛି, ଧୀରେ ଧୀରେ ଭାଇରସ୍ରୁ ମୁକ୍ତ ହେଉଛନ୍ତି ଅମିତାଭ ଓ ଅଭିଷେକ।
ବିଗ୍ ବି ଓ ଅଭିଷେକ ସୋସିଆଲ୍ ମିଡିଆରେ ସେମାନଙ୍କ କରୋନା ସଂପର୍କରେ ଖୁଲାସା କରିଥିଲେ। ୭୭ ବର୍ଷୀୟ ଅମିତାଭ ତାଙ୍କ ସୋସିଆଲ୍ ମିଡିଆରେ ଆକାଉଣ୍ଟ୍ରେ ଏକ ପୋଷ୍ଟ୍ କରି ଲେଖିଥିଲେ, ‘ଆଜି ସଂଧ୍ୟାରେ ମୋ ରିପୋର୍ଟରୁ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ମୁଁ ହସ୍ପିଟାଲ୍ରେ। ମୋ ସହ ୧୦ ଦିନ ମଧ୍ୟରେ ଯେଉଁମାନେ ସଂପର୍କରେ ଆସିଛନ୍ତି ଦୟାକରି ସେମାନେ ମଧ୍ୟ ନିଜର ପରୀକ୍ଷା କରାଇ ନିଅନ୍ତୁ।’
ଅମିତାଭ ବଚ୍ଚନଙ୍କ ପୋଷ୍ଟ୍ର କିଛି ସମୟ ମଧ୍ୟରେ ଅଭିଷେକ ବଚ୍ଚନ ମଧ୍ୟ ଏକ ପୋଷ୍ଟ୍ କରି ସେ କରୋନା ପଜିଟିଭ୍ ଆସିବା କଥା ଜଣାଇଥିଲେ। ପରେ ପରେ ଅଭିଷେକଙ୍କ ପତ୍ନୀ ଐଶ୍ବର୍ଯ୍ୟା ଓ ଝିଅ ଆରାଧ୍ୟା ବି କରୋନା ପଜିଟିଭ୍ ଚିହ୍ନଟ ହୋଇ ପ୍ରଥମେ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ। ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେମାନେ ମଧ୍ୟ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।