କରେନା ଲକଡାଉନ୍ରେ ସତର୍କତା ଅବଲମ୍ବନ କରିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ବଲିଉଡ୍ ସୁପରଷ୍ଟାର୍ ଅମିତାଭ ବଚ୍ଚନ। ସେ ନିଜର କିଛି ପୁରୁଣା ଫଟୋ ମଧ୍ୟ ଅପଲୋଡ୍ କରୁଛନ୍ତି। ତେବେ ଏହି ସମୟରେ ସେ ନିଜର ଧର୍ମପତ୍ନୀ ଜୟା ବଚ୍ଚନକୁ ଝୁରି ହେଉଛନ୍ତି। ବଲିଉଡ୍ ହଙ୍ଗାମାରୁ ମିଳିଥିବା ସୂଚନା ମୁତାବକ, ଲକଡାଉନ୍ ଯୋଗୁଁ ଦିଲ୍ଲୀସ୍ଥିତ ଘରେ ଜୟା ଅଟକି ରହିଛନ୍ତି। ତୁରନ୍ତ ୨୧ ଦିନିଆ ଲକଡାଉନ୍ ଘୋଷଣା ଯୋଗୁଁ ସେ ମୁମ୍ବାଇ ଜଲ୍ସାସ୍ଥିତ ତାଙ୍କ ଘରକୁ ଫେରି ନପାରି ସେଠାରେ ରହି ଯାଇଛନ୍ତି। ତେବେ ଜୟା ଲକ୍ଡାଉନ୍ରେ ସମୟ କଟାଇବା ପାଇଁ କିଛି ଅଣଦେଖା ଚଳଚ୍ଚିତ୍ରଗୁଡ଼ିକୁ ଦେଖୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ବଗିଚାରେ ବୁଲୁଛନ୍ତି। ଏମିତିକି ଲକଡାଉନ୍ ପରେ କେବେ ବିମାନ ଚଳାଚଳ ହେବ ଏବଂ ସେ ସୁରକ୍ଷିତ ଭାବେ ମୁମ୍ବାଇ ଫେରିବେ, ତାହା ମଧ୍ୟ ଠିକ୍ ନାହିଁ। ସୂଚନାଯୋଗ୍ୟ ଯେ ଜୟା ନିଜର ୭୨ତମ ଜନ୍ମଦିନକୁ ଦିଲ୍ଲୀରେ ଏକାକୀ ପାଳନ କରୁଛନ୍ତି। ଅଭିଷେକ ନିଜ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତୁମେ ଆମ ହୃଦୟରେ ଅଛ ବୋଲି ଲେଖିଥିଲେ।
ଜୟାଙ୍କୁ ଘରେ ଝୁରୁଛନ୍ତି ବିଗ୍-ବି
/sambad/media/post_attachments/wp-content/uploads/2020/04/amitabh-and-jaya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)