ବିଗ୍‌ ବି’ ଟୁଇଟରକୁ କହିଲେ ବାଏ, ବାଏ; ଜାଣନ୍ତୁ କାହିଁକି…

ମୁମ୍ବାଇ: ବଲିଉଡ୍‌ର ‘ଶହେନ୍‌ସା’, ୭୫ ବର୍ଷ ବୟସ୍କ ବିଗ୍‌ ବି’ ଅମିତାଭ କେବଳ ଅଭିନୟ ଜଗତରେ ନୁହେଁ ସୋସିଆଲ୍‌ ମିଡିଆରେ ବି ବେଶ୍‌ ସକ୍ରିୟ ଓ ସତେଜ୍‌ ରହିବା ସହ ଥିଲେ ନମ୍ବର ଓ୍ଵାନ୍‌। ଟୁଇଟର୍‌ରେ ଥିଲେ ତାଙ୍କର ସବୁଠାରୁ ଅଧିକ ସଂଖ୍ୟକ ଫୋଲୟର୍ସ (ଅନୁଗାମୀ)। ଟୁଇଟର୍‌ରେ ବିଗ୍‌ ବି’ଙ୍କର ଫୋଲୟର୍ସଙ୍କ ସଂଖ୍ୟା ଥିଲା ୩୩ ମଲିୟନ୍‌। ଟୁଇଟର୍‌ ଫୋଲୟର୍ସ ସଂଖ୍ୟା ଦୃଷ୍ଟିରୁ ଅମିତାଭ ଥିଲେ ନମ୍ବର ଓ୍ଵାନ। ଦ୍ୱିତୀୟ ସ୍ଥାନରେ ଥିଲେ ରୋମାଣ୍ଟିକ୍‌ ହିରୋ ଶାହରୁଖ୍‌ ଖାନ୍‌। ଶାହରୁଖ୍‌ଙ୍କର ଟୁଇଟର୍‌ ଫୋଲୟର୍ସଙ୍କ ସଂଖ୍ୟା ରହିଥିଲା ୩୨, ୯୪୪, ୩୮୮। ଏବେ ବି ଶାହରୁଖ୍‌ଙ୍କର ଟୁଇଟର୍‌ ଫୋଲୟର୍ସଙ୍କ ସମାନ ରହିଛି। ହେଲେ, ଶାହରୁଖ୍‌ ଏବେ ଅମିତାଭଙ୍କ ସ୍ଥାନ ଦଖଲ କରି ନମ୍ବର ଓ୍ଵାନ୍‌ ହୋଇ ଯାଇଛନ୍ତି। କାରଣ, ଅମିତାଭଙ୍କ ଫୋଲୟର୍ସଙ୍କ ସଂଖ୍ୟା ଖସି ଆସିଛି ୩୨, ୯୦୨, ୩୫୩କୁ, ଏବଂ ଅମିତାଭ ବି ଖସି ଆସିଛନ୍ତି ନମ୍ବର ଦୁଇକୁ।

ତେବେ, ଏହାକୁ ସହଜ ଭାବେ ଗ୍ରହଣ କରିପାରି ନାହାନ୍ତି ବିଗ୍‌ ବି’ ଅମିତାଭ। ତେଣୁ, ସେ ଆଉ ଥରେ ଦେଖାଇଛନ୍ତି ତାଙ୍କ ଯୁବାକାଳର ‘ଆଙ୍ଗ୍ରି ୟଙ୍ଗ୍‌ ମ୍ୟାନ୍‌’ ରୂପ! ଆଉ ଟୁଇଟରକୁ କହଛନ୍ତି ବାଏ, ବାଏ! ଅମିତାଭ ତାଙ୍କ ଟୁଇଟରରେ ଟୁଇଟ୍‌ କରିଛନ୍ତି, ‘ଟୁଇଟର ତୁମେ ମୋର ପ୍ରଶଂସକଙ୍କ ସଂଖ୍ୟା କମ କରିଦେଲ। ହାଃ ହାଃ ହାଃ ହାଃ… ତମକୁ ଛାଡ଼ିବାର ସମୟ ଆସିଗଲା। ଏହି ଯାତ୍ରା ପାଇଁ ଧନ୍ୟବାଦ! ସମୁଦ୍ରରେ ଆଉ ମଧ୍ୟ ମାଛ ଅଛନ୍ତି, ଯେଉଁମାନେ ଅଧିକ ମନୋରଞ୍ଜକ’!
ଉଲ୍ଲେଖଯୋଗ୍ୟ, ଟୁଇଟର ବ୍ୟତୀତ ବିଗ୍‌ ବି’ ଅମିତାଭଙ୍କର ଇଷ୍ଟାଗ୍ରାମରେ ମଧ୍ୟ ଲକ୍ଷାଧିକ ଫଲୋୟର୍ସ ରହିଛନ୍ତି। ବିଗ୍‌ ବି’ ଅମିତାଭ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଥଗ୍ସ ଅଫ୍‌ ହିନ୍ଦୁସ୍ତାନ’ ଏବଂ ‘୧୦୨ ନଟ ଆଉଟ’ ର ସୁଟିଂ ପାଇଁ ବ୍ୟସ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର