ଅମିତାଭ କରି ବସିଲେ ଏଭଳି ଭୁଲ, ସୁଧାରିବା ପରେ ମାଗିଲେ କ୍ଷମା

ନୂଆଦିଲ୍ଲୀ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ। ସେ ଯେତେବେଳେ ବି ସୋସିଆଲ ମିଡିଆରେ କିଛି ଲେଖି ଥାଆନ୍ତି ବହୁ ବୁଝି ବିଚାରି ଶବ୍ଦର ଉଚ୍ଚାରଣ ଉପରେ ଧ୍ୟାନ ଦେଇ ଲେଖି ଥାଆନ୍ତି। କିନ୍ତୁ ଏହି ଥରକ ବିଗ୍‌ ବି ଭୁଲ କରି ବସିଛନ୍ତି। ପରେ ନିଜର ଭୁଲ ବୁଝି ତାକୁ ସୁଧାରିବା ସହ କ୍ଷମାପ୍ରାର୍ଥନା ମଧ୍ୟ କରିଥିବା ଜଣାପଡ଼ିଛି।

କିଛିଦିନ ହେବ ଅମିତାଭ ଟୁଇଟରରେ ନିଜର ପୁରୁଣା ସିନେମା ନେଇ ଆନିଭର୍ସରି ବନାଉଥିଲେ। ସେ ନିଜର ସିନେମାର ଫଟୋ ପୋଷ୍ଟ କରି ସିନେମା ସହିତ ଜଡ଼ିତ କଥାକୁ ଲେଖି ଥାଆନ୍ତି। ତେବେ ବିଗ ବିଙ୍କ ସୁପରହିଟ୍‌ ସିନେମା ‘କାଲା ପଥର’କୁ ୩୯ତମ ବର୍ଷ ପୂରଣ ହୋଇଥିଲା। ବିଗ୍‌ ବି ଟୁଇଟରରେ ଏହି ସିନେମା ସୁଟିଂ କରିଥିବା ବେଳେ ତାଙ୍କର ଅନୁଭବକୁ ବଖାଣିଥିଲେ ଏବଂ ଲେଖିଥିଲେ ‘କାଲା ପଥର’କୁ ୩୭ତମ ବର୍ଷ ପୂରଣ ହୋଇଛି।

ଏକ ଘଣ୍ଟା ପରେ ବିଗ ବି ଜାଣିବାକୁ ପାଇଲେ କି ସେ ଯେଉଁ ଲେଖା ପୋଷ୍ଟ କରିଛନ୍ତି ସେଥିରେ ତ୍ରୁଟି ରହିଛି। ନିଜର ଭୁଲକୁ ସୁଧାରିବା ସହ ତୁରନ୍ତ ଅନ୍ୟ ଏକ ଟୁଇଟ କରି କ୍ଷମା ମାଗିଥିଲେ। ଭୁଲକୁ ସୁଧାରିବା ସହ ଲେଖିଥିଲେ ‘କଳା ପଥର’କୁ ୩୯ବର୍ଷ ପୂରା ହୋଇଯାଇଛି।

ସମ୍ବନ୍ଧିତ ଖବର