ବ୍ୟାଣ୍ଡେଜ ହାତରେ ରିଷିଙ୍କ ବରଯାତ୍ରୀରେ ଯାଇଥିଲେ ଅମିତାଭ

ଅମିତାଭ ବଚ୍ଚନ ରିଷି କପୁରଙ୍କ ସହ ଏକ ବିରଳ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଅମିତାଭ ନିଜର ବ୍ୟାଣ୍ଡେଜ ହାତରେ ରିଷିଙ୍କ ବାହାଘରରେ ଯାଇଥିବା ଦେଖିବାକୁ ମିଳୁଛି। ଚେନ୍ନାଇରେ ‘ମହାନ’ ଚଳଚ୍ଚିତ୍ରର ଏକ ସୁଟିଂ ସେଟ୍‌ରେ ସେ ଆହତ ହେବା ପରେ ସେ ମେଡିକାଲ୍‌ ଯାଇ ଚିକିତ୍ସିତ ହୋଇଥିଲେ ଏବଂ ତୁରନ୍ତ ରିଷିଙ୍କ ବାହାଘର ବରଯାତ୍ରୀରେ ଏପରି ଅବସ୍ଥାରେ ସାମିଲ୍‌ ହୋଇଥିଲେ। ରିଷିଙ୍କ ମୃତ୍ୟୁର ଗୋଟେ ଦିନ ପୂର୍ବରୁ ଅମିତାଭ ଏହି ଫଟୋଟି ସେୟାର କରିଛନ୍ତି। ଏଥିସହ ସେ ନିଜର ଏହି ଭାଙ୍ଗି ଯାଇଥିବା ହାତକୁ ଘୋଡ଼େଇବା ପାଇଁ ଚଳଚ୍ଚିତ୍ରରେ କିଭଳି ପ୍ରୟାସ କରାଯାଇଥିଲା। ଏ ସମ୍ପର୍କରେ ସେ ନିଜ ବ୍ଲଗରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର