ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ୭୭ବର୍ଷରେ ପ୍ରଦାର୍ପଣ କରିଥିବା ବେଳେ ଚଳଚ୍ଚିତ୍ର ଜଗତରେ ସେ କ୍ରମାଗତ ଭାବରେ ସକ୍ରିୟ ଅଛନ୍ତି। ଅମିତାଭଙ୍କର କାମର ଅଭାବ ନାହିଁ | ତାଙ୍କୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ମିଳିବାରେ ଲାଗିଛି। ତେବେ ଏମିତି କିଛି ଭୂମିକା ରହିଛି ଯାହା ଅମିତାଭଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଯାଇଥାଏ।
ଅମିତାଭ ମଧ୍ୟ ବିନା କାମରେ ବସିବାକୁ ପସନ୍ଦ କରନ୍ତି ନାହିଁ | ସେ ନିଜକୁ ସବୁବେଳେ କାମରେ ବ୍ୟସ୍ତ ରଖି ଥାଆନ୍ତି। ଅମିତାଭ କେତେ ଘଣ୍ଟା କାମ କରୁଛନ୍ତି ସେ ବିଷୟରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ନିକଟରେ ସେ ପୁଣି ଥରେ ଟ୍ୱିଟ୍ କରି ପ୍ରଶଂସକଙ୍କ ସହ ମାସ୍କ ପିନ୍ଧିଥିବା ଏକ ଫଟୋ ସେୟାର କରିଛନ୍ତି।
ଫଟୋରେ ଅମିତାଭ ବଚ୍ଚନ ମାସ୍କ ପିନ୍ଧି ଗାଡିର ପଛ ସିଟରେ ବସିଥିବାର ନଜର ଆସୁଛନ୍ତି। ସେ କଳା ରଙ୍ଗର ପୋଷାକ ଏବଂ କଳା ରଙ୍ଗର ମାସ୍କ ପିନ୍ଧିଛନ୍ତି। ଅମିତାଭଙ୍କ ଆଖିରେ ଥକ୍କାପଣ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ସେ ତାଙ୍କ କବିତା ଶୈଳୀରେ ଲେଖିଛନ୍ତି, "ଚଲେ ହମ୍ ଭାୟା କାମ ପେ, ପାଙ୍ଗୋଲିନ୍ ମାସ୍କ ପେହେନ କେ, ପନ୍ଦର ଘଣ୍ଟା କାମ ହେ କରନା, ଇଏ ହୈ ଆପନା ଟାସ୍କ ।"
T 3676 -
चले हम भैया , काम पे ,
पहने Pangolin mask ,
पंद्रह घंटे , काम है करना ,
यही है अपना task !! 🙏🙏🙏👊✊ pic.twitter.com/ER025PPujl— Amitabh Bachchan (@SrBachchan) September 30, 2020
ଅମିତାଭ ବଚ୍ଚନ ଆଜିକାଲି ‘କୌନ୍ ବନେଗା କରୋଡ଼ପତି’ର ସୁଟିଂ କରୁଛନ୍ତି ଏବଂ ଖୁବ ଶୀଘ୍ର ସେ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ଅମିତାଭ ଏହି ବୟସରେ ତାଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତି ଏବଂ ବୋଧହୁଏ ଏହା ତାଙ୍କର ସକ୍ରିୟ ହେବାର କାରଣ ଅଟେ ବୋଲି କୁହାଯାଉଛି|