ମୁମ୍ବାଇ: ‘କୌନ ବନେଗା କରୋଡ ପତି’ ସିଜନ୍ ୧୨ର ସୁଟିଂକୁ ଉପସ୍ଥାପକ ଅମିତଭା ବଚ୍ଚନ ଆରମ୍ଭ କରି ଦେଇଛନ୍ତି। ଚଳିତ ସଜିନରେ କିନ୍ତୁ ପୂର୍ବ ସିଜନ୍ ତୁଳନାରେ ଏକଦମ୍ ନିଆରା ରହିବ । କାରଣ ଏଥର ସୋ’ରେ ଲାଇଭ୍ ଦର୍ଶକ ଉପସ୍ଥିତ ରହିବେ ନାହିଁ ।
କରୋନା ମହାମାରୀ ଯୋଗୁଁ ସମସ୍ତ ଧାରାବାହିକ, ସିନେମା ରିୟଲିଟି ସୋ’ ଆଦି ବନ୍ଦ ଥିଲା। ତେବେ ଦୀର୍ଘ ଚାରି ମାସ ପରେ ଏସବୁ ସୁଟିଂ ପାଇଁ ଅନୁମତି ମିଳିଥିଲା। ତେବେ ଏହାରି ଭିତରେ ଗତ ସୋମବାର ଦିନ ମୁମ୍ବାଇରେ ଅମିତାଭ ‘କୌନ ବନେଗା କରୋଡପତି’ ସିଜନ୍-୧୨ର ସୁଟିଂ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ତେବେ ବିଗ୍ ବି ସୁଟିଂର କିଛି ଫଟୋ ଟ୍ବିଟ୍ କରି ଲେଖିଛନ୍ତି, ‘କେବିସିର ୧୨ତମ ପର୍ବ: କୌନ ବନେଗା କରୋଡପତି ଆରମ୍ଭ!’
T 3652 - 20 साल ; १२ वाँ पर्व ; KBC : कौन बनेगा करोड़पति , आरम्भ ! pic.twitter.com/0UQXc7ewS5
— Amitabh Bachchan (@SrBachchan) September 7, 2020
ନୂଆ ଗାଇଡଲାଇନ୍ସ ଅନୁସାରେ ଚଳିତଥର ସୋ’ରେ ଲାଇଭ୍ ଦର୍ଶକ ରହିବେ ନାହିଁ। ଏହା ବାଦ୍ ସେଟରେ କାମ କରୁଥିବା ସଦସ୍ୟଙ୍କ ସଂଖ୍ୟା ମଧ୍ୟ କମ୍ କରାଯାଇଛି। କିଛି ଦିନ ତଳେ ଅମିତାଭ କେବିସି ସେଟ୍ର ଗୋଟିଏ ଫଟୋ ସେୟାର କରିଥିଲେ। ଯେଉଁଥିରେ କ୍ରୁ ସଦସ୍ୟ ପିପିଇ କିଟ୍ ପିନ୍ଧିଥିବା ନଜର ଆସିଥିଲେ। କେବିସିର ଏହା ହେଉଛି ୧୨ତମ ସିଜିନ୍। ଏଥରର ଟ୍ୟାଗ୍ ଲାଇନ୍ ରହିଛି- ଜୋ ଭି ହୋ, ସେଟ୍ବ୍ୟାକ୍ କା ଜବାବ କମ୍ବ୍ୟାକ ସେ ଦୋ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Untitled-1-copy-10.jpg)