ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଇତିମଧ୍ୟରେ ୮୩ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଅକ୍ଟୋବର ୧୧ରେ ବିଗ ବିଙ୍କ ଜନ୍ମ ହେତୁ ତାଙ୍କର ନିକଟତମ ବନ୍ଧୁ ଏବଂ ପ୍ରଶଂସକମାନେ ସୁପରଷ୍ଟାରଙ୍କ ଜନ୍ମଦିନକୁ ବିଭିନ୍ନ ଶୈଳୀରେ ପାଳନ କରୁଛନ୍ତି।
ଜନ୍ମଦିନ ଅବସରରେ ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କ ଘର ଜଳସା ବାହାରେ ଏକତ୍ରିତ ହୋଇ ଶୁଭକାମନା ଜଣାଇଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଳସା ବାହାରେ ଅନେକ ପ୍ରଶଂସକ ପୋଷ୍ଟର ମାଧ୍ୟମରେ ଅମିତାଭଙ୍କୁ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳୁଛି। ଅନେକ ପ୍ରଶଂସକ ଅମିତାଭଙ୍କ ଭଳି ବେଶରେ ସଜାଇ ହୋଇ ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ କହିଛନ୍ତି, "ଗୁରୁଦେବ, ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣ ସୁସ୍ଥ ରୁହନ୍ତୁ, ଖୁସି ରୁହନ୍ତୁ।’
ଇଷ୍ଟାଗ୍ରାମରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଅମିତାଭ ବଚ୍ଚନଙ୍କ ଘରୁ ଏକ କାର ବାହାରି ଥିବାର ଦେଖିବାକୁ ମିଳୁଛି। ଏଥିରେ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଏବଂ ନାତୁଣୀ ନଭ୍ୟା ନଭେଲି ନନ୍ଦା କାରରେ ଥିବା ନଜର ଆସୁଛନ୍ତି। କୁହାଯାଉଛି ଯେ ଉଭୟ ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲେ।
ଅମିତାଭ ବଚ୍ଚନ ୧୯୪୨ ମସିହାରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଭାରତୀୟ ସିନେମା ଇତିହାସର ସବୁଠାରୁ ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ସିନେମା କ୍ୟାରିଅରରେ ପ୍ରାୟ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ସେ।