ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ମୁମ୍ବାଇରେ ୫୧୮୪ସ୍କୋୟାର ଫିଟର ଏକ ଘର କିଣିଛନ୍ତି। ଯାହାର ମୂଲ୍ୟ ୩୧କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ବିଗ ବି ୨୦୨୦ ଡିସେମ୍ବରରେ ଏହି ଘର କିଣିଥିବା ବେଳେ ୨୦୨୧ ଏପ୍ରିଲରେ ଏହାକୁ ରେଜିଷ୍ଟର କରାଯାଇଥିଲ। ଏଥିପାଇଁ ସେ ୬୨ଲକ୍ଷ ଟଙ୍କାର ଷ୍ଟାମ୍ପ ଡିୟୁଟି ପୈଠ କରିଥିଲେ। ଯାହାକି ୩୧ କାଟିର ୨ପ୍ରତିଶତ ରହିଛି। ଏଭଳି ଭାବେ ସେ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାରଙ୍କ ଷ୍ଟାମ୍ପ ଡିୟୁଟିରେ ମିଳିଥିବା ୨ପ୍ରତିଶତ ରିହାତିର ଲାଭ ଉଠାଇଛନ୍ତି।
ପ୍ରପର୍ଟି ବ୍ରୋକର୍ସ ଓ ରିଅଲ ଏଷ୍ଟେଟ ଏଜେଣ୍ଟସର କହିବାନୁସାରେ, ଏବେ ପ୍ରୋପର୍ଟିର ପ୍ରତି ସ୍କୋୟାର ଫିଟ ମୂଲ୍ୟ ପାଖାପାଖି ୬୦ହଜାର ଟଙ୍କା ହୋଇଯାଇଛି। ୨୭ତମ ଓ ୨୮ତମ ଫ୍ଲୋରସ୍ଥିତ ଏହି ସ୍ଥାନରେ ୬ଟି କାର ପାର୍କିଂ ସୁବିଧା ରହିଛି।
କୁହାଯାଉଛି କି, କରୋନା ମହାମାରୀ ପାଇଁ ଲଗଜରି ଆପାର୍ଟମେଣ୍ଟର ଦାମ କମ ହେବା ସହିତ ବିକ୍ରି ବି ବଢ଼ିଛି। ଏହି କ୍ରମରେ ଅନେକ ସେଲିବ୍ରିଟି, ବ୍ୟବସାୟୀ, ପ୍ରଫେସନଲ୍ସ ଘର କିଣୁଛନ୍ତି। ଗତ ଅଗଷ୍ଟ ୨୬ରେ ମହାରାଷ୍ଟ୍ର ସରକାର କିଛି ଦିନ ପାଇଁ ଘରର ଷ୍ଟାମ୍ପ ଡିୟୁଟି ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ୫ରୁ ୨ପ୍ରତିଶତ କରି ଦେଇଥିଲେ । ସେହିପରି ୨୦୨୧ ଜାନୁଆରି ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଷ୍ଟାମ୍ପ ଡିୟୁଟି ୩ପ୍ରତିଶତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/976293-ab.jpg)