ହଠାତ୍ ତ୍ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୋଲକାତା ଫିଲ୍ମ ଫେଷ୍ଟିଭାଲକୁ ଯାଇ ପାରିଲେ ନାହିଁ ବିଗ୍ ବି

କୋଲକାତା : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ କୋଲକାତାରେ ଆୟୋଜିତ ହେବାକୁ ଥିବା ୨୫ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ଉଦଘାଟନ କରିବେ ବୋଲି ଖବର ମିଳିଥିଲା । କିନ୍ତୁ ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ଉଦଘାଟନ କରିପାରି ନଥିବା ଜଣାପଡ଼ିଛି । ଶେଷ ମୂହୁର୍ତ୍ତରେ ସେ ନିଜର ଦେଇଥିବା କଥାକୁ ରଖି ନ ପାରିଥିବାରୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିବା ସାମ୍ନାକୁ ଆସିଛି । ବିଗ୍ ବି ଯୋଗ ଦେଇ ନ ପାରିବାରୁ ଫେଷ୍ଟିଭାଲକୁ କିଙ୍ଗ୍ ଖାନ୍ ଶାହାରୁଖ୍ ଉଦଘାଟନ କରିଛନ୍ତି।

ତେବେ ଫେଷ୍ଟିଭାଲରେ ଯୋଗ ନ ଦେଇ ପାରିବାରୁ ଟୁଇଟ୍ କରି କ୍ଷମା ପ୍ରାର୍ଥନା କରିଛନ୍ତି ବିଗ୍ ବି । ସେ କରିଥିବା ଟୁଇଟରେ ଲେଖାଯାଇଛି କି, ମୋତେ ଏବେ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଉପସ୍ଥିତ ରହିବାର ଥିଲା । କିନ୍ତୁ ସ୍ବାସ୍ଥ୍ୟ‌ାବସ୍ଥା ବିଗିଡ଼ିବାରୁ ମୁଁ ଉପସ୍ଥିତ ରହି ପାରିଲି ନାହିଁ । ମୁଁ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଓ କୋଲକାତାବସୀଙ୍କୁ କ୍ଷମା ମାଗିବାକୁ ଚାହୁଁଛି । ମୁଁ ଆଉ କେବେ ଯିବା ପାଇଁ ଚେଷ୍ଟା କରିବି ।

Image result for amitabh-bachchan
Bollywood Hungama

ଅନ୍ୟ ପକ୍ଷରେ ଉଦଘାଟନ ସମୟରେ ‌ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‌କହିଥିଲେ, ସବୁବ‌େଳେ ବିଗ୍ ବି ଏଠାକୁ ଆସିଥାନ୍ତି । କିନ୍ତୁ ଏଥର ସେ ଆସି ପାରିଲେ ନାହିଁ। ଗତ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କ ଚଲାବୁଲା କରିବା ପାଇଁ ମନା କରିଛନ୍ତି । ସେ ଏଠାକୁ ନ ଆସି ପାରି‌ଲେ ମଧ୍ୟ ତାଙ୍କର ସମସ୍ତ ଧ୍ୟାନ ଏହି ଫେଷ୍ଟିଭାଲ ଉପରେ ରହିଥିବ। ଆମେ ତାଙ୍କ ବିନା ଫିଲ୍ମ ଫେଷ୍ଟିଭାଲର କଳ୍ପନା ମଧ୍ୟ କରି ପାରିବୁ ନାହିଁ।

ସମ୍ବନ୍ଧିତ ଖବର