ମୁମ୍ବାଇ: ମେଗାଷ୍ଟାର୍ ଅଭିତାଭ ବଚ୍ଚନ କେବଳ ଜଣେ ଭଲ ଷ୍ଟାର ନୁହଁନ୍ତି, ବରଂ ଭଲ ମଣିଷ ବୋଲି ମଧ୍ୟ ଅନେକ ସମୟରେ ପ୍ରମାଣିତ କରିଛନ୍ତି। ସେ ନିକଟରେ ତାଙ୍କ ମେକ୍-ଅପ୍ ଆର୍ଟିଷ୍ଟଙ୍କ ସଫଳତା ପାଳନ କରିବା ସହ ଏକ ଟ୍ବିଟ୍ ମଧ୍ୟ କରିଛନ୍ତି। ବିଗ୍ ବିଙ୍କ ମେକ୍-ଅପ୍ ଆର୍ଟିଷ୍ଟଙ୍କ ନାମ ଦୀପକ ସାୱନ୍ତ। ସେ ଗତ ୪୭ ବର୍ଷ ଧରି ଅମିତାଭଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଏତେ ବର୍ଷ ମଧ୍ୟରେ ସେ ଦିନଟିଏ ବି ବିଗ୍ବିଙ୍କୁ ନଜଣାଇ ଅନୁପସ୍ଥିିତ ରହିନାହାନ୍ତି ବୋଲି ବଚ୍ଚନ ସାହେବ ଟ୍ବିଟ୍ରରେ ପ୍ରକାଶ କରିଛନ୍ତି।
ଦୀପକ ୪୦ ବର୍ଷ ତଳେ ମୁମ୍ବାଇରେ ତାଙ୍କ ପତ୍ନୀଙ୍କ ପାଇଁ ଏକ ଛୋଟ ବିୟୁଟି ପାର୍ଲର କରିଥିଲେ। ସେହି ପାର୍ଲର ଏବେ ୩ ତାଲା ବିଶିଷ୍ଟ ହୋଇଛି । ସେଥିରେ ୪୦ ଜଣରୁ ଊର୍ଧ୍ବ କର୍ମଚାରୀ କାମ କରୁଛନ୍ତି। ଦୀପକଙ୍କ ପତ୍ନୀଙ୍କ ପାର୍ଲରର ୪୦ ତମ ବର୍ଷପୂର୍ତ୍ତି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଗ୍ ବି। ସେ ଆହୁରି ବି ଲେଖିଛନ୍ତି ଯେ ଦୀପକ ତାଙ୍କର ଏତେ ବଡ଼ କାରବାର ଚଳାଇବା ସତ୍ତ୍ବେ ଦିନେ ହେଲେ କାମକୁ ଆସିବାରେ ହେଳା କରିନାହାନ୍ତି।
T 3422 - DEEPAK my Make Up Man for 47 years .. through earnings made Marathi, Bhojpuri films .. started one small room parlour for wife .. today 40 years of the Parlour, over 40 employees , in a 3 storied building .. BUT NEVER MISSED A SINGLE DAY REPORTING for my make up work pic.twitter.com/wPQZKiqH0R
— Amitabh Bachchan (@SrBachchan) January 26, 2020
ବିଗ୍ ବିଙ୍କ ସହ ଦୀପକ, ତାଙ୍କ ପତ୍ନୀ ଓ ତାଙ୍କ କିଛି କର୍ମଚାରୀ ଫଟୋ ପୋଜ୍ ଦେଇଥିବାର ଦେଖିବାକୁ ମିଳିଛି। ଏହା ବ୍ୟତୀତ ପ୍ରଚୁର ଲୋକ ଭିଡ଼ ଥିବାର ଏକ ଫଟୋ ବି ଦେଖିବାକୁ ମିଳିଛି। ନିକଟ ଅତୀତରେ ଅମିତାଭ ‘ଚେହେରେ’ ସୁଟିଂରେ ବ୍ୟସ୍ତ ଥିଲେ।