ମୁମ୍ବାଇ: କିଛି ଦିନ ତଳେ କରୋନାଭାଇରସ୍ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଚିକିତ୍ସାର ଅପଡେଟ୍ ପ୍ରଶଂସକମାନଙ୍କୁ ଦେଉଛନ୍ତି। ନିଜର ପୂର୍ବ ପୋଷ୍ଟରେ ଡାକ୍ତରମାନେ ଈଶ୍ୱର ସ୍ୱରୂପ ବୋଲି କହିଥିବା ବେଳେ ଏବେ ସେ ନିଜ ପୋଷ୍ଟରେ ଦୁଇଟି ହିନ୍ଦୁ ଦେବତାଙ୍କର ମୂର୍ତ୍ତି ଥିବା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି | ଏହା ସହ ହିନ୍ଦୀରେ କ୍ୟାପସନ୍ ଦେଇଛନ୍ତି, "ଇଶ୍ୱର କେ ଚରଣ ମେଁ ସମର୍ପିତ।"
ଏହା ପୂର୍ବରୁ ଗତ ରାତିରେ ୭୭ବର୍ଷିୟ ମେଗାଷ୍ଟାର ଏକ ପୋଷ୍ଟ ସେୟାର କରି ଲୋକଙ୍କୁ ଜୀବନରେ ନକାରାତ୍ମକ “ଟ୍ରେଣ୍ଡସେଟର”ରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ। ସେ ସଂସ୍କୃତରେ କରିଥିବା ପୋଷ୍ଟର ଅର୍ଥ ପରବର୍ତ୍ତୀ ଟ୍ୱିଟରେ ବ୍ୟାଖ୍ୟା କରିଥିଲେ। ପୋଷ୍ଟରେ ଲେଖାଥିଲା କି, "ଯେଉଁମାନେ ଅନ୍ୟମାନଙ୍କ ପ୍ରତି ଇର୍ଷା ଥିବା, ଅସନ୍ତୋଷ ଭାବ ଥିବା, କ୍ରୋଧ ଏବଂ ସନ୍ଦେହ କବଳିତ ରହନ୍ତି ଏବଂ ଅନ୍ୟମାନଙ୍କଠାରୁ ଦୂରରେ ରୁହନ୍ତି, ଏହି ୬ପ୍ରକାରର ଲୋକ ସର୍ବଦା ଦୁଃଖରେ ପରିପୂର୍ଣ୍ଣ ରୁହନ୍ତି | ସେଥିପାଇଁ, ଯେତେ ସମ୍ଭବ ନିଜକୁ ଏହି ଭଳି ଲୋକମାନଙ୍କଠାରୁ ଦୂରେଇ ରଖ |’