ଫିଲ୍ମ ‘ଝୁଣ୍ଡ’କୁ ନେଇ ଏଭଳି ଭୁଲ କରିଥିବାରୁ ବିଗ୍ ବିଙ୍କୁ ନୋଟିସ୍ ପଠାଇଲେ ହାଇଦ୍ରାବାଦର ଏହି ଫିଲ୍ମ ନିର୍ମାତା

ମୁମ୍ବାଇ: ହାଇଦ୍ରାବାଦର ଫିଲ୍ମ ନିର୍ମାତା ନନ୍ଦୀ ଚିନ୍ନି କୁମାର ବିଗ୍ ବିଙ୍କ ସମେତ ଅନ୍ୟ କିଛି ଜଣଙ୍କୁ ନୋଟିସ୍ ପଠାଇଛନ୍ତି। ହିନ୍ଦି ଫିଲ୍ମ ‘ଝୁଣ୍ଡ’ ପାଇଁ କପିରାଇଟ୍ ନିୟମ ଉଲ୍ଲଂଘନ କରିଥିବାରୁ ଫିଲ୍ମ ନିର୍ମାତା ନନ୍ଦୀ ଚିନ୍ନି କୁମାର ବିଗ୍ ବିଙ୍କ ସମେତ, ‘ଝୁଣ୍ଡ’ର ନିର୍ଦ୍ଦେଶକ ଓ ପ୍ରଯୋଜକ ନାଗରାଜ ମଞ୍ଜୁଲେ, ପ୍ରଯୋଜକ କ୍ରିଷ୍ଣା କୁମାର, ଟି-ସିରିଜର ‌ମୁଖ୍ୟ ଭୂଷଣ କୁମାର ଓ ସ୍ଲମ୍ ସକ୍କରର ସଂସ୍ଥାପକ ବିଜୟ ବରସେଙ୍କୁ ନୋଟିସ ପଠାଇଛନ୍ତି। ଏତେ ଜଣଙ୍କୁ ନୋଟିସ ପଠାଇଥିଲେ ମଧ୍ୟ ତାଙ୍କୁ କେବଳ ଟି-ସିରିଜ ପକ୍ଷରୁ ଜବାବ ମିଳିଛି। ଯାହାକୁ ଅସ୍ପଷ୍ଟ ବୋଲି କହିଛନ୍ତି ନନ୍ଦୀ ଚିନ୍ନି କୁମାର।

Amitabh Bachchan plays soccer player Vijay Barse in Jhund.
hindustantimes.com

ନନ୍ଦୀ ଚିନ୍ନି କୁମାରଙ୍କ ଅଭିଯୋଗ ମୁତାବକ, ଝୁଣ୍ଡର ନିର୍ମାତା ତାଙ୍କୁ ଧୋକା ଦେବା ସହ ତାଙ୍କୁ ଡ଼ରାଇଥିଲେ। ଯାହା ପାଇଁ ତାଙ୍କୁ ଅଦାଲତର ସାହାରା ନେବାକୁ ପଡ଼ିଥିଲା। ଫିଲ୍ମକୁ ଥିଏଟର ବା ଅନ୍ୟ କୌଣସି ମାଧ୍ୟମରେ ରିଲିଜ୍ କରିବାକୁ ରୋକିବା ପାଇଁ ସେ ଏଭଳି କରିିଥିବା କହିଛନ୍ତି। ତାଙ୍କ ମୁତାବକ, ୨୦୧୭ରେ ସେ ସ୍ଲମ୍ ସକ୍କର ଖେଳାଳୀ ଅଖିଳେଶ ପୌଲଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି କରିବା ପାଇଁ ଅଧିକାର ହାସିଲ କରିଥିଲେ। ଯାହା ପରେ ସେ ‘ସ୍ଲମ୍ ସକ୍କର’ ନାମକ ବହୁଭାଷୀ ଫିଲ୍ମ ଲେଖିବା ଓ ନିର୍ଦ୍ଦେଶନାର କାମ ଆରମ୍ଭ କରିଥିଲେ।  ପରେ ଜୁନ୍ ୧୧, ୨୦୧୮ରେ ‌ସେ କାହାଣୀ ଓ ସ୍କ୍ରିପ୍ଟର ପଞ୍ଜିକରଣ ତେଲେଙ୍ଗାନା ସିନେମା ରାଇଟର ଆସୋସିଏସନରେ କରାଇଥିଲେ। କିନ୍ତୁ ଏବେ କୌଣସି ଅଧିକାର ହାସଲ ନ କରି ବଲିଉଡରେ ଅଖିଳେଶ ପୌଲଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେଉଥିବା ଜାଣି ନନ୍ଦୀ ଚିନ୍ନି କୁମାର ଏହାର ବିରୋଧ କରିଥିଲେ। କିନ୍ତୁ ତାଙ୍କୁ ଧମକ ଦିଆଯିବା ପରେ ସେ ଆଇନର ସାହାରା ନେଇଛନ୍ତି।

ସମ୍ବନ୍ଧିତ ଖବର