କୋଭିଡ ସେଣ୍ଟର ପାଇଁ ୨କୋଟି ଟଙ୍କା ଦାନ କଲେ ବିଗ ବି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ସୋମବାର ଦିନ ଖୋଲିବାକୁ ଥିବା କୋଭିଡ-କେୟାର ସେଣ୍ଟର ପାଇଁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ୨କୋଟି ଟଙ୍କା ଦାନ କରିଛନ୍ତି | ଏନେଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମନଜିନ୍ଦର ସିଂ ସିରସା କହିଛନ୍ତି।

ଟୁଇଟ କରି ମନଜିନ୍ଦର ସିଂ ସିରସା ଲେଖିଛନ୍ତି ଯେ, “ଶିଖମାନେ କିମ୍ବଦନ୍ତୀ, ସେମାନଙ୍କ ସେବାକୁ ନମସ୍କାର”। ଅମିତାଭ ବଚ୍ଚନ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ୨କୋଟି ଟଙ୍କା ଦାନ କରି ଏଭଳି କହିଥିବା ନେଇ ଜଣାଇଛନ୍ତି ଅକାଲୀ ଦଳର ଜାତୀୟ ମୁଖପାତ୍ର ଶ୍ରୀ ସିରସା। ଦିଲ୍ଲୀରେ ଅମ୍ଳଜାନର ଅଭାବ ଥିବା ବେଳେ ଅମିତାଭଜୀ ପ୍ରାୟ ସବୁଦିନ ମୋତେ କଲ କରି କୋଭିଡ-କେୟାର ସେଣ୍ଟର ତିଆରି କାମ କେତେ ବାଟ ଗଲା ବୋଲି ପଚାରୁଥିବା କହିଛନ୍ତି ଶ୍ରୀ ସିରସା |

twitter

ମିଳିଥିବା ସୂଚନା ମୁତାବକ, ରକବ ଗଞ୍ଜ ଗୁରୁଦ୍ୱାରରେ କୋଭିଡ-କେୟାର ସେଣ୍ଟର ସୋମବାର ଖୋଲିବ ଏବଂ ଏଥିରେ ୩୦୦ ଶଯ୍ୟା, ଅମ୍ଳଜାନ କନସେନଟ୍ରେଟର, ଡାକ୍ତର, ପାରାମେଡିକ୍ ଏବଂ ଆମ୍ବୁଲାନ୍ସ ରହିବ |

ସମ୍ବନ୍ଧିତ ଖବର