ଅମିତାଭଙ୍କ ନାତି ସିନେମାରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନାତୁଣୀ ସମ୍ଭାଳୁଛନ୍ତି ବାପାଙ୍କ ବ୍ୟବସାୟ

ନୂଆଦିଲ୍ଲୀ: ବଲିଉଡର ଅଧିକାଂଶ କଳାକାରଙ୍କ ପିଲାମାନେ ସିନେମା ଦୁନିଆରେ ନିଜର କ୍ୟାରିୟର ଗଢ଼ିଥାଆନ୍ତି। ଏହି କ୍ରମରେ ଦେଖିବ‌ାକୁ ଗଲେ ସୁପରଷ୍ଟାର ଅମିତ‌ାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ତାଙ୍କ କ୍ୟାରିୟର ବାଛିବାରେ ସମ୍ପୂର୍ଣ୍ଣ ଭିନ୍ନ ରହିଛନ୍ତି।

ନଭ୍ୟା ନିଜର ଗ୍ଲାମରସ ଜୀବନଶୈଳୀ ସହିତ ବ୍ୟବସାୟ ଦୁନିଆରେ ଆଗକୁ ବଢ଼ିଛନ୍ତି। ନଭ୍ୟାଙ୍କ ଭାଇ ଅଗସ୍ତ୍ୟା ବଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଭଉଣୀ ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ପରିଚୟ ଗଢ଼ିଛନ୍ତି।

ନଭ୍ୟା ମହିଳାଙ୍କ ସ୍ବାସ୍ଥ୍ୟକୁ ଅଧିକ ପ୍ରଧାନ୍ୟ ଦେବାକୁ ଯାଇ ଆରା ହେଲଥ ନାମକ ପ୍ଲାଟଫର୍ମ ପ୍ରତିଷ୍ଠା କରିଛନ୍ତି। ଏହି ପ୍ଲାଟଫର୍ମ ମହିଳାଙ୍କ ସହିତ ଜଡ଼ିତ ସୂଚନା ଦେବା ସହିତ ସେମାନଙ୍କ ସାହାଯ୍ୟ କରିଥାଏ।  ଏହି ବ୍ୟବସାୟକୁ ନଭ୍ୟା ତାଙ୍କ ସାଙ୍ଗ ସହିତ ମିଶି କରୋନା ମହାମାରି ସମୟରେ ଆରମ୍ଭ କରିଥିଲେ।

ଆରା ହେଲଥ ବ୍ୟତୀତ ଅମିତ‌ାଭଙ୍କ ନାତୁଣୀ ‘ପ୍ରୋଜେକ୍ଟ ନବ୍ୟା’ ନାମକ କମ୍ପାନିର ମୁଖ୍ୟ ରହିବା ସହିତ ବାପାଙ୍କ ବ୍ୟବସାୟରେ ବି ତାଙ୍କର ମୁଖ୍ୟ ଭୂମିକା ରହିଛି। ନଭ୍ୟା ବାପା ନିଖିଲ ନନ୍ଦାଙ୍କ ଟ୍ରାକ୍ଟର ବ୍ୟବସାୟକୁ ନିଜ ହାତକୁ ନେଇ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କରିଥାଆନ୍ତି।

 

 

View this post on Instagram

 

A post shared by Navya Naveli Nanda (@navyananda)

 

 

ସମ୍ବନ୍ଧିତ ଖବର