ମୁମ୍ବାଇ: ସଂପ୍ରତି ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । କିନ୍ତୁ ନିଜ ବ୍ୟସ୍ତତା ଭିତରୁ ନିଜ ପ୍ରିୟବନ୍ଧୁମାନଙ୍କୁ ସମୟ ଦେବାକୁ ସେ କେବେ  ବି ଭୁଲନ୍ତି ନାହିଁ ତାହାର ପ୍ରମାଣ ସେ କରିଛନ୍ତି । ଏତେ ବ୍ୟସ୍ତତା ମଧ୍ୟରେ ଇର୍‌ଫାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ବ୍ଲାକ୍‌ମେଲ୍‌ର ସ୍ପେଶାଲ ସ୍କ୍ରିନିଙ୍ଗରେ ସେ ଯୋଗ ଦେଇଥିଲେ ବୋଲି ଜଣା ପଡ଼ିଛି । ଫିଲ୍ମଟି ଦେଖି ସାରିବା ପରେ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ସେ ଫିଲ୍ମ ବିଷୟରେ ନିଜର ମତ ରଖିଥିଲେ ।

Advertisment

ଫିଲ୍ମକୁ ଡ଼ିଲାଇଟ୍‌ଫୁଲ୍‌ କହିବା ସହ, ସେ ଫିଲ୍ମ ସହ ଜଡ଼ିତ ସବୁ କଳାକାର ଏବଂ ଟେକ୍‌ନିସିଆନ୍‌ମାନଙ୍କୁ  ପ୍ରଶଂସା କରିଛନ୍ତି । ଏକ ଭିନ୍ନ କାହାଣୀକୁ ସମସ୍ତଙ୍କ ସାମ୍ନାକୁ ଆଣିଥିବାରୁ ବିଗ୍‌ ବି ନର୍ଦ୍ଦେଶକ ଅଭିନୟ ଦେଓଙ୍କୁ ଅନେକ ପ୍ରଶଂସା କରିଛନ୍ତି । ଫିଲ୍ମଟି ଏପ୍ରିଲ ୬ରେ ରିଲିଜ ହେବାକୁ ଥିବା ବେଳେ ଇର୍‌ଫାନଙ୍କ ତରଫରୁ ନିର୍ମାତା ଭୁଷଣ କୁମାର ଏବଂ ନିର୍ଦ୍ଦେଶକ ଅଭିନୟ ନେଓ ଅମିତାଭଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଙ୍ଗ ରଖିଥିଲେ ବୋଲି ଜଣା ପଡ଼ିଛି । ଇର୍‌ଫାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ସେ ଏହି ସ୍କ୍ରିନିଙ୍ଗରେ ଯୋଗ ଦେଇ ପାରି ନଥିଲେ ବୋଲି ସୂଚନା ମିଳିଛି । ଏହି ଫିଲ୍ମରେ ଇର୍‌ଫାନଙ୍କ ସହ କ୍ରିତି କୁଲ୍ହାରୀ, ଦିବ୍ୟା ଦତ୍ତା, ଅରୁଣଦୋୟ ସିଂ, ଓମି ବୈଦ୍ୟ ଏବଂ ଅନୁଜା ସାଠେ ଇତ୍ୟାଦି ନଜର ଆସିବେ ବୋଲି ଜଣା ପଡ଼ିଛି ।