ଯକୃତ ୭୫ପ୍ରତିଶତ ଖରାପ ହୋଇସାରିଛି, ଟିବି ଓ ହେପାଟାଇଟିସ୍‌ ବିର ଶିକାର ଅମିତାଭ ବଚ୍ଚନ !

ନୂଆଦିଲ୍ଲୀ : ବଲିଉଡ୍‌  ଶେହେନ୍‌ଶାହା ଅମିତାଭ ବଚ୍ଚନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ଏକା ସାଙ୍ଗରେ ସେ ଟିବି ଓ ହେପାଟାଇଟିସ୍‌ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏହା ସହ ତାଙ୍କର  ଯକୃତ ମଧ୍ୟ ୭୫ପ୍ରତିଶତ ଖରାପ ହୋଇ ସାରିଥିବା କହିଛନ୍ତି ଅମିତାଭ ବଚ୍ଚନ । ସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ନେଇ ଅମିତାଭ ବଚ୍ଚନ ଏଇ ଖୁଲାସା କରିଛନ୍ତି ।

25 फीसदी लिवर के सहारे जी रहा हूं: बच्चन
oneindia.com

ଏନ୍‌ଡିଟିଭିର କାର୍ଯ୍ୟକ୍ରମ ‘ସ୍ୱସ୍ଥ ଇଣ୍ଡିଆ’ରେ ଯୋଗ ଦେଇ, ରୋଗକୁ ଡ଼ରିବା ଠିକ୍‌ ନୁହେଁ । ମୁଁ ଟିବି ଓ ହେପାଟାଇଟିସ୍‌ ଭଳି ରୋଗରେ ପୀଡ଼ିତ ଅଛି। ଏମିତି କି ମୋ ଯକୃତର ୭୫ ଭାଗ କାମ କରିବା ବନ୍ଦ କରି ସାରିଲାଣି । ମୁଁ ମାତ୍ର ୨୫ପ୍ରତିଶତ ଯକୃତ ସାହାଯ୍ୟରେ ବଞ୍ଚୁଛି । ପ୍ରତି ମଣିଷକୁ ସବୁବେଳେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର । ଠିକ୍‌ ସମୟରେ ରୋଗ ବିଷୟରେ ଜାଣିଗଲେ, ତାହାର ଚିକିତ୍ସା କରିବା ସହଜ ହୋଇଥାଏ । ମୋତେ ୮ବର୍ଷ ହେଲା ଟିବି ଥିବା ନେଇ ମୁଁ ଜାଣି ନ ଥିଲି । ଯାହା ମୋ ସହ ହୋଇଥିଲା, ସେଭଳି କାହା ସହ ବି ହୋଇପାରେ । ସେଥିପାଇଁ ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି କହିଥିଲେ ବିଗ୍‌ ବି ।

ସମ୍ବନ୍ଧିତ ଖବର