ମୁମ୍ବାଇ: ଭାରତୀୟ ସିନେ ଜଗତର ଜଣେ ମହାନ ପ୍ରତିଭା ବିଗ୍ ବି ଶ୍ରୀ ଅମିତାଭ ବଚ୍ଚନ ଜୀ ନିକଟରେ ତାଙ୍କ ସଂପର୍କରେ ଏକ ବିରାଟ ସ୍ୱୀକାରୋକ୍ତି ପ୍ରକାଶ କରିଛନ୍ତି। ଅଭିନୟ ଦୁନିଆର ବାଦ୍ଶାହା ବୋଲାଉଥିବା ବିଗ୍ ବି ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ନିଜକୁ ଅକ୍ଷମ ବୋଲି ପ୍ରକାଶ କରିଛନ୍ତି। ସେ ନିଜର ଦୁର୍ବଳତା ପ୍ରକାଶ କରିବାକୁ ଯାଇ କହିଛନ୍ତି ଯେ ସେ ତାଙ୍କ ଜୀବନରେ କେବେ ବି ଏକ ଚଳଚ୍ଚିତ୍ର ନିଦ୍ଦେର୍ଶନା ଦେଇପାରିବେ ନାହିଁ। ଅମିତାଭ ବଚ୍ଚନ ଋଷି କପୁରଙ୍କ ସହ ଗଣମାଧ୍ୟରେ ଦେଖିବାକୁ ମିଳିଥିବା ଅବସରରେ ଏହି ଚରମ ସତ୍ୟକୁ ସ୍ୱୀକାର କରିଛନ୍ତି।
/sambad/media/post_attachments/wp-content/uploads/2018/05/download-1-25.jpg)
ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ବଚ୍ଚନ ଅଭିନୟ ବ୍ୟବୀତ ଚଳଚ୍ଚିତ୍ର ପ୍ରଯୋଜନା, ଗୀତ ଗାଇବା, ସ୍ୱର କରିବା ଆଦି କାର୍ଯ୍ୟରେ ବି ନିପୁଣ। ତାଙ୍କୁ ଯେତେବେଳେ ଚଳଚ୍ଚିତ୍ର ନିର୍ଦ୍ଦେଶନା ଉପରେ ଏକ ପ୍ରଶ୍ନ ପଚରାଗଲା ସେ ସିଧା ସଳଖ ଉତ୍ତର ଦେଲେ, ‘ମୁଁ ନିର୍ଦ୍ଦେଶନା ବିଷୟରେ କିଛ ଜାଣେନାହିଁ। ମୁଁ କେବେ ବି ସେ କାର୍ଯ୍ୟ କରିପାରିବି ନାହିଁ। ମୁଁ ସବୁବେଳେ ଏକ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହେଁ ଯେ କ୍ୟାମେରା ଆଙ୍ଗେଲ୍ରେ ରଖାଯିବା ପରେ ଜଣେ ନିର୍ଦ୍ଦେଶକ ମୁଣ୍ଡରେ ଏମିତି କ’ଣ ଚାଲେ କି ସେ କଳାକାରମାନଙ୍କୁ ନିର୍ଦ୍ଦେଶନର ଦେବାରେ ଲାଗିପଡ଼ନ୍ତି।’
/sambad/media/post_attachments/wp-content/uploads/2018/05/images-1-18.jpg)
ଉଲ୍ଲେଖଯୋଗ୍ୟ, ନିକଟରେ ଅମିତାଭ ବଚ୍ଚନଙ୍କର ଅଭିନୀତ ଚଳଚ୍ଚିତ୍ର ‘୧୦୨ ନଟ୍ ଆଉଟ୍’ ରିଲିଜ୍ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଦେଖିବା ପରେ ବୟସ୍କ ଲୋକଙ୍କୁ ନେଇ ଲୋକଙ୍କ ମନରେ ଥିବା ଧାରଣା ବଦଳିଯିବ। ଜଣେ ବୟସ୍କ ବ୍ୟକ୍ତି ବି ସବୁ କରିବାକୁ ସମର୍ଥ ବୋଲି ଚଳଚ୍ଚିତ୍ରଟିରେ ଉଲ୍ଲେଖ କରାଯାଇଛି। ବଚ୍ଚନ ସାହବଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି କ୍ରିଷ୍ଣା ଆଚାର୍ଯ୍ୟଙ୍କ ‘ଥଗ୍ସ ଅଫ୍ ହିନ୍ଦୁସ୍ଥାନ’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/FILE-INDIA-CINEMA-AMITABH-BACHCHAN-BIRTHDAY.jpg)