ସୁଟିଂ ବେଳେ ଅଙ୍ଗୁଳିକୁ ରୁମାଲରେ ଲୁଚାଇଥିଲେ ଅମିତାଭ

ଦୀପାବଳିରେ ବାଣ ଫୁଟାଉଥିବା ବ‌େଳେ ଅମିତାଭ ବଚ୍ଚନଙ୍କର ଏକ ଅଙ୍ଗୁଳି ପୋଡ଼ି ଯାଇଥିଲା। କିନ୍ତୁ ଏଥିପାଇଁ ସେ ସୁଟିଂ ବନ୍ଦ କରିନଥିଲେ। ହାତରେ ରୁମାଲ ଗୁଡ଼ାଇ ସେ ସୁଟିଂ କରିଥିଲେ। ଏହା ସେତେ‌ବେଳେ ଷ୍ଟାଇଲ୍‌ ଭାବେ ପରିଗଣିତ ହୋଇଥିଲେ ମଧ୍ୟ ବାସ୍ତବ କଥା ଏଇଆ ଥିଲା। ବେଳେବେଳେ ସଂଳାପ ଦୃଶ୍ୟରେ ସେ ନିଜର ସେଇ ହାତଟିକୁ ପକେଟ୍‌ ଭିତରେ ମଧ୍ୟ ରଖିବାକୁ ବାଧ୍ୟ ହେଉଥିଲେ। ୧୯୮୪ରେ ନିର୍ମିତ ‘ଇନ୍‌କ୍ଲାବ’ ଚଳଚ୍ଚିତ୍ରରେ ଏକ ନୃତ୍ୟ ଦୃଶ୍ୟରେ ସେ ହାତରେ ରୁମାଲ ଗୁଡ଼ାଇଥିଲେ। ସେଇ ବର୍ଷ ‘ଶରାବି’ ଚଳଚ୍ଚିତ୍ରରେ ଗୋଟେ ହାତରେ ଏକ ଗ୍ଲାସ୍‌ ଧରିଥିବା ବ‌େଳେ ଆଘାତପ୍ରାପ୍ତ ହାତଟିକୁ ପକେଟ୍‌ରେ ପୂରାଇ ରଖିଥିଲେ ବୋଲି କହିଛନ୍ତି। ଆଜି ବିଗ୍‌-ବି ସେତେବେଳର ସୁଟିଂ ସମୟର ସେଇ ପୋଡ଼ା ଅଙ୍ଗୁଳିର ଏକ ଫଟୋ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର