ନୂଆଦିଲ୍ଲୀ: ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କ ସିନେମା ‘ସୋଲେ’ ହେଉ କି ‘ଶେହନଶାହ’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥାଏ। ନିକଟରେ ଅମିତାଭଙ୍କ ସିନେମା ‘ସୋଲେ’ର ସୁଟିଂ ସମୟର କିଛି ଅଦେଖା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଭାଇରାଲ ବି ହୋଇଯାଇଥିଲା।
“ରିସ୍ତେ ମେ ତୋ ହମ ତୁମ୍ହାରେ ବାପ୍ ଲଗତେ ହେଁ, ନାମ୍ ହେ ଶେହେନଶାହ।” ‘ଶେହନଶାହ’ ଫିଲ୍ମର ଏ ଡାଇଲଗ୍ ଆଜି ବି ସବୁଠାରୁ ଅଧିକ ପସନ୍ଦ ଡାଇଲଗ୍ ଭିତରେ ଅଛି। ୧୯୮୮ ମସିହାର ସିନେମା ‘ଶେହନଶାହ’ରେ ଅମିତାଭ ଏକ କଳା ରଙ୍ଗର ଷ୍ଟିଲ ଆର୍ମ ଜ୍ୟାକେଟ ପିନ୍ଧିଥିଲେ। ଏହି ଜ୍ୟାକେଟ ସେ ସମୟରେ ଖୁବ ଚର୍ଚ୍ଚାରେ ଥିଲା।
ଚର୍ଚ୍ଚାରେ ଥିବା ଏହି ଜ୍ୟାକେଟକୁ ନେଇ ଅମିତାଭ ବଚ୍ଚନ କିଛି ଅଜଣା କଥା ତାଙ୍କ ଫ୍ୟାନଙ୍କ ସହିତ ସେୟାର କରିଛନ୍ତି। ଅମିତାଭ ବଚ୍ଚନ ସିନେମା ‘ଶେହନଶାହ’ରେ ଯେଉଁ କଳା ରଙ୍ଗର ଷ୍ଟିଲ ଆର୍ମ ଜ୍ୟାକେଟ ପିନ୍ଧିଥିଲେ, ତାହାକୁ ସେ ତାଙ୍କ ସାଉଦି ଆରବରେ ଥିବା ଜଣେ ଘନିଷ୍ଠ ବନ୍ଧୁଙ୍କୁ ଉପହାରରେ ଦେଇ ଦେଇଥିବା କହିଛନ୍ତି।
ନିକଟରେ ଏକ ଖବର ଆସିଥିଲା କି ଅମିତାଭ ବଚ୍ଚନ ହାଇଦ୍ରାବାଦରେ ସୁଟିଂ ବେଳେ ଆହତ ହୋଇପଡ଼ିଥିଲେ । ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ବିଗ୍-ବି ମୁମ୍ବାଇ ଫେରି ଆସିଥିଲେ,ଡାକ୍ତର ତାଙ୍କୁ କିଛିଦିନ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି । ଆହତ ହୋଇଥିବା କଥାକୁ ବିଗ ବି ନିଜ ବ୍ଲଗରେ ସୂଚନା ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/k56elvlg_amitabh-bachchan_625x300_21_March_23.webp)