ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ବିବାହ ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ଅମିତାଭ ବାପା ହରିବଂଶ ରାୟ ବଚ୍ଚନଙ୍କ ଏକ ସର୍ତ୍ତ ପାଇଁ ଶୀଘ୍ର ବିବାହ କରିଥିଲେ। ଅଭିତାଭ ଓ ଜୟାଙ୍କୁ ଏକ ସିନେମାର ପ୍ରମୋକସନ ପାଇଁ ଲଣ୍ଡନ ଯିବାର ଥିଲା। ଏହି ସମୟରେ ହରିବଂଶ ଅମିତାଭଙ୍କୁ କହିଥିଲେ ଯଦି ସେ ଜୟାଙ୍କୁ ବିବାହ କରିବ ତେବେ ଯାଇ ଲଣ୍ଡନ ଯାଇ ପାରିବେ। 

Advertisment

ସମ୍ପ୍ରତି 'କୌନ ବନେଗା କୋରଡ଼ପତି ୧୬'ର ଅଧ୍ୟାୟରେ ଅମୀର ଖାନ ସାମିଲ ହୋଇ ବିଗ ବିଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲେ। 

ଅମିତାଭ ବଚ୍ଚନ ଏବଂ ଜୟା ୧୯୭୩ ମସିହା ଜୁନ ୩ ତାରିଖ‌ରେ ବିବାହ କରିଥିଲେ। ଅମିତାଭଙ୍କ ବିବାହ ମୁମ୍ବାଇରେ ଜୟାଙ୍କ ଘରେ ହୋଇଥିଲା। ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ। ନିକଟରେ ‘କୌନ ବନେଗା କରୋଡ଼ପତି'ର ପ୍ରମୋରେ ଅମିତାଭ ଯେତେବେଳେ ତାଙ୍କ ବିବାହ କାର୍ଡରେ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଭିଡିଓରେ ଆମୀର ଅମିତାଭଙ୍କୁ ତାଙ୍କ ବିବାହ ତାରିଖ ବିଷୟରେ ପଚାରିଥିଲେ, ତା’ପରେ ଅମିତାଭ ସଠିକ୍ ଉତ୍ତର ଦେଇଥିଲେ, ଏହାପରେ ଆମୀର ପ୍ରଶ୍ନ କରିଥିଲେ ଯେ ଏହାର କୌଣସି ପ୍ରମାଣ ଅଛି କି? ମୋ ପାଖରେ ଏମିତି କିଛି ପ୍ରମାଣ ଅଛି ଯାହାକୁ ନେଇ ମୁଁ ଦାବିର ସହ କହିପାରିବି କି ମୁଁ ବିଗବିଙ୍କ ଜଣେ ବଡ଼ ଫ୍ୟାନ। 
ଏହାପରେ ସେ ଏକ ଧଳା ଲଫାଫା ଭିତରୁ ହଳଦିଆ ରଙ୍ଗରକାର୍ଡ ବାହାର କଲେ ଯେଉଁଥିରେ ଅମିତାଭଙ୍କ ବିବାହ ବିଷୟରେ ସମସ୍ତ ତଥ୍ୟ ରହିଥିଲା।