ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବିଗ ବି ପ୍ରାୟତଃ ପ୍ରଶଂସକଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଅନେକ ଘଟଣା, ଦୁର୍ଘଟଣାକୁ ସେୟାର କରିଥାଆନ୍ତି। ନିକଟରେ ଅମିତାଭ ଏକ ଭୁଲ କରି ବସିଥିଲେ। ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଥିଲା। ତେବେ ନିଜ ଭୁଲ ବିଷୟରେ ଜାଣିବା ପରେ ଅମିତାଭ କ୍ଷମା ମାଗି ଦେଇଥି‌ଲେ, ଏହାପରେ ବି ତାଙ୍କୁ ଟ୍ରୋଲ କରାଯାଉଛି।

Advertisment

ଅମିତାଭ ନିକଟରେ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଏକ ଭୁଲ କରି ବସିଥିଲେ। ଅମିତାଭ ପୋଷ୍ଟରେ ‘ଟି ନମ୍ବର’ ଭୁଲ ଭାବରେ ଲେବଲ କରିଥିବାରୁ ଟୁଇଟରରେ କ୍ଷମା ମାଗିଛନ୍ତି।

କ୍ଷମା ମାଗି ବିଗ୍‌ ବି ଲେଖିଛନ୍ତି, ‘ଟି୪୫୧୪ ଏକ ବଡ ଭୁଲ! ଟି ୪୫୧୪ପରେ ମୋର ସମସ୍ତ ଟି ନମ୍ବର ଭୁଲ ହୋଇଯାଇଛି.. (ଏହା ଠିକ ଅଛି) .. ପରେ ସବୁକିଛି ଭୁଲ .. ।ଟି୫୪୨୪,୫୪୨୫,୫୪୨୬,୪୫୨୭, ୫୪୨୮, ୫୪୨୯, ୫୪୩୦.. ସବୁ ଭୁଲ..। ଟି ୪୫୧୫,୪୫୧୬,୪୫୧୭,୪୫୧୮,୪୫୧୯, ୪୫୨୦,୪୫୨ହେବା ଉଚିତ୍‌ ଥିଲା। କ୍ଷମା ମାଗୁଛି।’

ତେବେ ଏହି ପୋଷ୍ଟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅମିତାଭଙ୍କୁ ଟ୍ରୋଲ କରିବା ସହିତ ଲେଖିଛନ୍ତି, ଓଃ ସାର ଏହା ଏକ ବଡ଼ ଭୁଲ। ଆପଣଙ୍କୁ ଏପରି କରିବାର ନଥିଲା। ଏମିତି ଭୁଲ ଆପଣ କିପରି କଲେ? ପୂରା ମାର୍କେଟ ହଲି ଗଲା। ଦୟାକରି ଏମିତି ଭୁଲ କରନ୍ତୁ ନାହିଁ।

ଅମିତାଭ ଖୁବ ଶୀଘ୍ର  ଦୀପିକା ପାଦୁକୋନଙ୍କ ସହ ‘ଦ ଇଣ୍ଟର୍ନ’ ଏବଂ ପାନ ଇଣ୍ଡିଆ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ପ୍ରଭାସଙ୍କ ସହ ନଜର ଆସିବେ।