ଘର ବାହାରେ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ଖାଲି ପାଦରେ କାହିଁକି ଭେଟନ୍ତି ବିଗ୍ ବି?

ମୁମ୍ବାଇ: ଲୋକେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଗୋଟିଏ ଝଲକ ପାଇବା ପାଇଁ ଅନାଇ ବସିଥାନ୍ତି। ତାଙ୍କୁ ଦେଖିବା ପାଇଁ ପ୍ରତି ରବିବାର ତାଙ୍କ ଘର ଆଗରେ ପ୍ରଶଂସକଙ୍କ ଭିଡ଼ ଜମେ। ବିଗ୍ ବି ମଧ୍ୟ ଘର ବାହାରକୁ ଆସି ପ୍ରଶଂସକଙ୍କୁ ଦେଖା କରନ୍ତି। ଅନେକ ସମୟରେ ବିଗ୍ ବି ଏଭଳି କରୁଥିବା ଦେଖାଯାଇଥାଏ। ହେଲେ ପ୍ରତି ଥର ସେ ଖାଲି ପାଦରେ ଆସି ପ୍ରଶଂସକଙ୍କୁ ଭେଟୁଥିବା ଦେଖିବାକୁ ମିଳେ। ଏହା ପଛର କାରଣ ଜାଣିବା ପାଇଁ ପୂର୍ବରୁ ଲୋକେ ଅନେକ ଚେଷ୍ଟା କରିଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ବିଗ୍ ବି।

ବିଗ୍ ବି ଇନଷ୍ଟାରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନିଜ ଘର ଜଲସା ବାହାରେ ଠିଆ ହୋଇ ପ୍ରଶଂସକଙ୍କୁ ଭେଟୁଥିବା ଦେଖାଯାଇଥିଲା। ଏହି ଫଟୋର କ୍ୟାପସନରେ ବିଗ୍ ବି ଲେଖିଛନ୍ତି, ସେମାନେ ମୋତେ ପଚାରନ୍ତି ଯେ, ଖାଲି ପାଦରେ ପ୍ରଶଂସକଙ୍କୁ କିଏ ଭେଟିବାକୁ ଯାଏ। ମୁଁ ସେମାନଙ୍କୁ କହିବାକୁ ଚାହେ ଯେ, ମୁଁ ଏଭଳି କରେ। ଆପଣ ଖାଲି ପାଦରେ ମନ୍ଦିରକୁ ଯାଆନ୍ତି। ରବିବାର ମୋତେ ଭେଟିବାକୁ ଆସିଥିବା ମୋ ପ୍ରଶଂସକ ମୋ ପାଇଁ ମନ୍ଦିର ଭଳି। ଆପଣଙ୍କର କିଛି ଅସୁବିଧା ଅଛି କି?

 

View this post on Instagram

 

A post shared by Amitabh Bachchan (@amitabhbachchan)

ସମ୍ବନ୍ଧିତ ଖବର