୧.୫ କୋଟି ଟଙ୍କା ବର୍ଷକୁ ରୋଜଗାର କରୁଥିବା ଅମିତାଭଙ୍କ ବଡିଗାର୍ଡଙ୍କ ବଦଳି

ନୂଆଦିଲ୍ଲୀ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ପୁଲିସ ବଡିଗାର୍ଡ ଜିତେନ୍ଦ୍ର ସିନ୍ଦେ ନିଜ ପାରିଶ୍ରମିକକୁ ନେଇ ସାମ୍ନାକୁ ଆସିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ଅମିତାଭ ବଚ୍ଚନଙ୍କ ବଡିଗାର୍ଡଙ୍କ ବର୍ଷକୁ ୧.୫ କୋଟି ଟଙ୍କା ପାରିଶ୍ରମିକ ରହିଥିବା କୁହାଯାଉଛି। ଏଣିକି ପୁଲିସ ବଡିଗାର୍ଡ ଜିତେନ୍ଦ୍ରଙ୍କ ଉପରେ ୧.୫ କୋଟି ଟଙ୍କାର ବାର୍ଷିକ ରେଜଗାର ନେଇ ଅଭିଯୋଗ ପରେ ତାଙ୍କୁ ବଦଳି କରି ଦିଆଯାଇଛି। ଜିତେନ୍ଦ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଡିପାର୍ଟମେଣ୍ଟାଲ ତଦନ୍ତ ଆରମ୍ଭ ହୋଇଯାଇଛି।

Amitabh Bachchan's assigned police bodyguard Jitendra Shinde transferred after reports claim he earns Rs. 1.5 crores - DesiMartini

ତେବେ ସିନ୍ଦେଙ୍କ ପାଖରେ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆସିଲା ସେ ନେଇ ଖୋଲତାଡ଼ ଆରମ୍ଭ ହୋଇଯାଇଛି। ସିନ୍ଦେ ପୁଲିସ ଅଧିକାରୀଙ୍କୁ ଜଣାଇଥିଲେ କି ସେ ସିକ୍ୟୁରିଟି ଏଜେନ୍ସି ଚଲାଉଛନ୍ତି। ସିକ୍ୟୁରିଟି ଏଜେନ୍ସି ଜରିଆରେ ସେ ଅନେକ ସେଲିବ୍ରିଟିଙ୍କୁ ସୁରକ୍ଷା ଦେଇଥାଆନ୍ତି। ତାଙ୍କ ପିତ୍ନୀ ତାଙ୍କର ସିକ୍ୟୁରିଟି ଏଜେନ୍ସି ଚଲାଉଥିବା ବେଳେ ସିନ୍ଦେଙ୍କ ନାମରେ ବ୍ୟବସାୟ ରହିଛି।

ତେବେ ସିନ୍ଦେ ଏହି କଥାକୁ ନେଇ ଅସ୍ବୀକାର କରିଛନ୍ତି କି ଅମିତାଭ ବଚ୍ଚନ ତାଙ୍କୁ ୧.୫ କୋଟି ଟଙ୍କା ବାର୍ଷିକ ପାରିଶ୍ରମିକ ଦେଉଥିଲେ ବୋଲି।

ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ, କୌଣସି ପୁଲିସ କର୍ମଚାରୀଙ୍କ ପୋଷ୍ଟିଂ ଗୋଟିଏ ସ୍ଥାନରେ ୫ବର୍ଷରୁ ଅଧିକ ହୋଇପାରେ ନାହିଁ। ଜିତେନ୍ଦ୍ର ଅମିତାଭ ବଚ୍ଚନଙ୍କ ସହିତ ୨୦୧୫ ମସିହାରୁ ରହି ଆସିଛନ୍ତି। ଅମିତାଭଙ୍କୁ ସରକାରଙ୍କ ପକ୍ଷରୁ ଏକ୍ସ କାଟାଗୋରିର ସିକ୍ୟୁରିଟି ମିଳିଥିଲା। ସମ୍ପ୍ରତି ସିନ୍ଦେଙ୍କୁ ସାଉଥ ମୁମ୍ବାଇର ପୁଲିସ ଷ୍ଟେସନକୁ ବଦଳି କରି ଦିଆଯାଇଛି।

ସମ୍ବନ୍ଧିତ ଖବର