ଅତୀତକୁ ରୋମନ୍ଥନ କଲେ ବିଗ୍‌ ବି; ସୁପରଷ୍ଟାର ଶ୍ରୀଦେବୀଙ୍କ ସହ ପୁୁରୁଣା ଫଟୋ ସେୟାର କଲେ, ସାଥୀରେ ନଜର ଆସିଲେ ସଲମାନ ଏବଂ ଆମୀର…

ମୁମ୍ବାଇ: ନିଜ ଶବ୍ଦର ଚାତୁରୀ ସହ ସୋସିଆଲ ମିଡିଆରେ ବିଗ୍‌ ବି ସେୟାର କରୁଥିବା ଫଟୋର ଗୁରୁତ୍ୱ ମଧ୍ୟ ସବୁ ବେଳେ ଅଧିକ ରହିଥାଏ, ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ । ତାଙ୍କ କହିବା ଓ ଲେଖିବାର ଅନ୍ଦାଜକୁ ଯେମିତି ସମସ୍ତେ ପସନ୍ଦ କରନ୍ତି, ସେମିତି ସୋସିଆଲ ମିଡିଆରେ ନିଜର ଭାବ ବ୍ୟକ୍ତ କରିବାର ଶୈଳୀକୁ ମଧ୍ୟ ସମସ୍ତେ ପସନ୍ଦ କରିଥାନ୍ତି । ବିଭିନ୍ନ ସମୟରେ କୌଣସି ପ୍ରସଙ୍ଗ ବିଷୟରେ ନିଜ ସୋସିଆଲ ମିଡିଆରେ ମଜାଦାର ଫଟୋ ସେୟାର କରି ସେ ନିଜ ପ୍ରଶଂସକଙ୍କୁ ଜଣାଇଥାନ୍ତି । ଏବେ ସେ ୮୦ ଦଶକର ଏକ କନସର୍ଟର ପ୍ରସ୍ତୁତି ଚାଲୁଥିବା ସମୟର ଫଟୋ ସେୟାର କରିଛନ୍ତି ବିଗ୍‌ ବି । କିନ୍ତୁ ସେ ଫଟୋରେ ସେ ଯାହା ଦେଖାଇବାକୁ ଚେଷ୍ଟା କରିଛନ୍ତି, ତାକୁ ନେଇ ଐଏବେ ଫଟୋ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ବିଗ୍‌ ବି ସେୟାର କରିଥିବା ଫଟୋରେ ବିଗ୍‌ ବିଙ୍କ ସମେତ ଅଭିନେତା ସଲମାନ ଖାନ୍‌, ଆମୀର ଖାନ୍‌ ଏବଂ ଦିବଂଗତ ଅଭିନେତ୍ରୀ ତଥା ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ନଜର ଆସିଛନ୍ତି । ଫଟୋ ସେୟାର କରି ବିଗ୍‌ ବି ‘ସେ ଦିନ ଥିଲା’…  ବୋଲି କ୍ୟାପ୍‌ସନ ଦେଇଥିବା ଦେଖା ଯାଇଛି । ଫଟୋ ସେୟାର କରି ଆମୀର ଏବଂ ସଲମାନ ଯିବା ପାଇଁ ଚାହୁଁ ନଥିବା ବେଳେ ମୁଁ ସେମାନଙ୍କୁ ବାଧ୍ୟ କରି ନେଇ ଯାଇଥିଲି ବୋଲି ଲେଖିଛନ୍ତି ବିଗ୍‌ ବି । ଫଟୋଟି ଓ୍ଵିମ୍ବଲେ ଷ୍ଟାଡିୟମ୍‌ର ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର