କାହିଁକି ଜନ୍ମ ଦିନରେ କଟାଯାଉଛି କେକ୍‌? ଫୁଙ୍କା ଯାଉଛି କ୍ୟାଣ୍ଡେଲ୍‌ ? ଟ୍ଵିଟ୍‌ କରି ଟ୍ରୋଲ୍‌ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ସର୍ବଦା ତାଙ୍କ ଚିନ୍ତାଧାରାକୁ ଟ୍ଵିଟର ଜରିଆରେ ତାଙ୍କ ପ୍ରଶଂସକଙ୍କ ନିକଟରେ ପହଞ୍ଚିଇଥାନ୍ତି । ତେବେ ଏ ନେଇ ସେ ବହୁଥର ପ୍ରଶଂସକଙ୍କ ଟ୍ରୋଲ୍‌ର ମଧ୍ୟ ଶିକାର ହୋଇଛନ୍ତି । ନିକଟରେ ବିଗ୍‌ ବି ଟ୍ଵିଟ୍‌ରରେ ଜନ୍ମଦିନରେ କେକ୍‌ କାଟିବା ଏବଂ କ୍ୟାଣ୍ଡେଲ୍‌ ଫୁଙ୍କିବା ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏହା ଭାରତୀୟ ସଂସ୍କୃତିର ବିରୋଧାଚରଣ ବୋଲି କହିଥିଲେ ଯାହା ପରେ ତାଙ୍କୁ ପ୍ରଶଂସକ ତାଙ୍କର କେକ୍‌ କାଟୁଥିବା ଫଟୋ ପଠାଇବା ସହ ଏପରି ଦୋମୁହାଁ ସ୍ୱଭାବ କାହିକିଁ ବୋଲି ପ୍ରଶ୍ନ ପଚାରିଥିଲେ ।

ଅମିତାଭ ବଚ୍ଚନ ତାଙ୍କ ଟ୍ଵିଟ୍‌ରେ ଲେଖିଥିଲେ “ବିଦେଶୀ ପଳାଇଗଲେ କିନ୍ତୁ ଏବେ ମଧ୍ୟ ଆମେ ତାଙ୍କର ଗୋଲାମୀ କରୁଛୁ । ଏ କେକ୍‌ କ’ଣ ପାଇଁ ? କ୍ୟାଣ୍ଡେଲ୍‌ କ’ଣ ପାଇଁ? ଏହାକୁ ଫୁଙ୍କିବା କ’ଣ ପାଇଁ ? ଆମ ସଭ୍ୟତାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପାଇଁ କୁହାଯାଇଥିବା ବେଳେ ଏମାନେ ତାହାକୁ ଜଳାଇ ଫୁଙ୍କିବା ପାଇଁ କହିଥାନ୍ତି । ଆଉ ଏ ଗୀତ କ’ଣ ପାଇଁ ବୋଲି ଲେଖିଥିଲେ।”

ବଲିଉଡ୍‌ ଅଭିନେତା ଅମିତାଭଙ୍କ ଏହି ଟ୍ଵିଟ୍‌ ପରେ ତାଙ୍କୁ ପ୍ରଶଂସକଙ୍କର ଉପହାସର ପାତ୍ର ହେବାପାଇଁ ପଡ଼ିଥିଲା । ତାଙ୍କର ଏହି ଟ୍ଵିଟ୍‌ରେ ପ୍ରଶଂସକ ତାଙ୍କର ଖୋଜି ଖୋଜି ବିଭିନ୍ନ ପ୍ରକାରର କେକ୍‌ କାଟୁଥିବା ଫଟୋ ପୋଷ୍ଟ୍‍ କରିଥିଲେ । ଏପରି ଏପରି ଦୋମୁହାଁ ସ୍ୱଭାବ କାହିଁକି ବୋଲି ପ୍ରଶ୍ନ ପଚାରିଥିଲେ । କିଛି ପ୍ରଶଂସକ ଅମିତାଭଙ୍କ ସୂର୍ଯ୍ୟବଶଂମ ଚଳଚ୍ଚିତ୍ରର ଫଟୋ ପୋଷ୍ଟ କରି ବିଷ କ୍ଷୀରି ଠାରୁ କେକ୍‌ ଭଲ ବୋଲି ପରିହାସ କହିଥିଲେ ।

ସମ୍ବନ୍ଧିତ ଖବର