ମୁମ୍ବାଇ: ଅଭିନେତା ଅମିତାଭ ବଚ୍ଚନ ଗେମ୍ ସୋ ‘କୌନ ବନେଗା କରୋଡପତି’ ସୋ’ରେ ତାଙ୍କ ପିଲାଦିନ କଥା ମନେ ପକାଇ ଭାବବିହ୍ବଳ ହୋଇ ଯାଇଛନ୍ତି। ‘କୌନ ବନେଗା କରୋଡପତି’ ସୋ’କୁ ଆସିଥିବା ଜଣେ ପ୍ରତିଯୋଗୀ ତାଙ୍କ ପରିବାର କିପରି ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାହାକୁ ବଖାଣିଥିଲେ । ଏହି ସମୟରେ ପିଲାଦିନେ କିପରି ସ୍କୁଲ କ୍ରିକେଟ୍ ଦଳରେ ଯୋଗଦେବାକୁ ଚାହୁଁଥିଲେ କିନ୍ତୁ ଯୋଗ ଦେଇ ପାରି ନଥିଲେ ସେ କଥା ସମସ୍ତ ଆଗରେ ଖୋଲାଖୋଲି ଭାବେ କହିଥିଲେ ଅମିତାଭ ବଚ୍ଚନ।

Advertisment

ଜୟ କୁରୁକ୍ଷେତ୍ର ନାମକ ପ୍ରତିଯୋଗୀ ଅମିତାଭ ବଚ୍ଚନଙ୍କୁ ତାଙ୍କ ପିଲାଦିନ କଥା ମନେ ପକାଇ କହିଥିଲେ ଯେ ପିଲାଦିନେ ସେ ୭ ଟଙ୍କାରେ ସ୍ନାକ୍ସ କିଣିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ମା କେବଳ ଜୟଙ୍କୁ ୫ ଟଙ୍କା ଦେବାକୁ ସକ୍ଷମ ହୋଇଥିଲେ। ଅମିତାଭ ଏହା ପରେ ଜୟ ଏବଂ ଦର୍ଶକଙ୍କ ସହ ତାଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଏକ ଘଟଣାକୁ କହିଥିଲେ।

Bollywood actor Amitabh Bachchan waves to his fans at his residence in Mumbai

ଅମିତାଭ ତାଙ୍କ ପିଲାଦିନ କଥାକୁ ମନେ ପକାଇ କହିଥିଲେ, ପିଲାବେଳୁ ସ୍କୁଲ କ୍ରିକେଟ୍ ଦଳରେ ଯୋଗଦେବାକୁ ଚାହୁଁଥିଲି, କିନ୍ତୁ ଏଥିପାଇଁ ୨ ଟଙ୍କା ଆବଶ୍ୟକ ଥିଲା। ମା’ ତେଜି ବଚ୍ଚନ ୨ଟଙ୍କା ଦେବାକୁ ବି ସେହି ସମୟରେ ସକ୍ଷମ ନଥିଲେ।’

ଅମିତାଭ କହିଛନ୍ତି ଯେ ଏହି ଘଟଣା ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି। ସେ କହିଛନ୍ତି, “ ୨ଟଙ୍କାର ମୂଲ୍ୟ କ’ଣ ହୋଇଥାଏ , ତାହା ଆଜି ବି ମନେପଡିଯାଏ। କେବଳ ଏତିକି ନୁହେଁ ସେ ଫଟୋଗ୍ରାଫିକୁ ବି ବହୁତ ଭଲ ପାଉଥିଲେ । ଏଥିପାଇଁ ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ନିଜର ପ୍ରଥମ ଋଷିଆ ଯାତ୍ରା ସମୟରେ ତାଙ୍କ ପାଇଁ ଏକ କ୍ୟାମେରା କିଣି ଆଣିଥିଲେ । ସେତେବେଳକୁ ସେ ଅଭିନେତା ହୋଇସାରିଥିଲେ। ଏବେ ବି ତାଙ୍କ ବାପା ଦେଇଥିବା କ୍ୟାମେରା ତାଙ୍କ ପାଖରେ ଅଛି। ଏହା ତାଙ୍କ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଅଟେ | ଏହି ଜିନିଷଗୁଡ଼ିକର ମୂଲ୍ୟ ତାଙ୍କ ସହିତ ଚିରଦିନ ରହିବ ବୋଲି ଅମିତାଭ ବଚ୍ଚନ କହିଛନ୍ତି।

ସୋମବାର କୌନ ବନେଗା କରେଡପତି ସିଜନ-୧୨ରେ ଅମିତାଭ ଉପସ୍ଥାପକ ଭାବେ ପୁଣି ଥରେ ଫେରିଛନ୍ତି। ଅମିତାଭ ଏହି ସୋ’ର ସମସ୍ତ ସିଜନରେ ଉପସ୍ଥାପକ ଭାବେ ନଜର ଆସିଥିବା ବେଳେ ଗୋଟିଏ ସିଜନରେ ଶାହରୁଖ ଖାନ୍ ଏହି ଗେମ୍ ସୋ’ରେ ଉପସ୍ଥାପକ ହୋଇଥିଲେ।

ନିକଟରେ କରୋନାଭାଇରସରୁ ସୁସ୍ଥ ହେବା ପରେ ଅମିତାଭ କେବିସି -୧୨ର ସୁଟିଂ ଆରମ୍ଭ କରିଥିଲେ । ଏହି ସୋ’କୁ  ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ପାଳନକରି ସୁଟିଂ କରାଯାଉଛି।