କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’…

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ୩୭ବର୍ଷର ପରମ୍ପରାକୁ ଭାଙ୍ଗିଥିବା ଜଣା ପଡ଼ିଛି। ବିଶ୍ବରେ ଏବେ କରୋନାଭାଇରସ୍ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି  ବିଗ୍ ପ୍ରତି ରବିବାର କରୁଥିବା କାମ ମାର୍ଚ୍ଚ ୧୫ରେ କରିନାହାନ୍ତି। ପ୍ରତି ରବିବାର ବିଗ୍ ବି ନିଜ ଘର ‘ଜଲସା’ ସାମ୍ନାରେ ଏକତ୍ରିତ ହୋଇଥିବା ନିଜର ପ୍ରଶଂସକଙ୍କୁ ଦେଖା କରିଥାନ୍ତି। କିନ୍ତୁ ଭାରତରେ କରୋନା ପ୍ରଭାବକୁ ଦେଖି ମାର୍ଚ୍ଚ ୧୫ରେ ବିଗ୍ ବି ନିଜ ପ୍ରଶଂସକଙ୍କୁ ଭେଟି ନଥିବା ଜଣା ପଡ଼ିଛି।

ପୂର୍ବରୁ ଟୁଇଟ୍ କରି ବିଗ୍ ବି ଦେଖା କରିପାରିବେ ନାହିଁ ବୋଲି ନିଜ ପ୍ରଶଂସକଙ୍କୁ ଜଣାଇଥିଲେ। ଏହା ସହ ଜଲସା ଆଗରେ ଏକତ୍ରିତ ନହେବା ପାଇଁ କହିଥିଲେ। ଲୋକଙ୍କୁ ସାବଧାନ, ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ ନିଜ ଟୁଇଟରେ ଅପିଲ ମଧ୍ୟ କରିଥିଲେ। ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ବୋଲି ଘୋଷଣା କରି ସାରିଥିବା ବେଳେ ଧିରେ ଧିରେ ଏହାର ବଢ଼ୁଥିବା ପ୍ରଭାବକୁ ଦେଖି ଲୋକେ ଘରୁ ବାହାରିବା ବନ୍ଦ କରିସାରିଲେଣି। ବିଭିନ୍ନ ଫିଲ୍ମର ସୁଟିଂ ସହ ରିଲିଜକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର