ସୋସିଆଲ୍ ମିଡିଆ ପୋଷ୍ଟ ପାଇଁ ବିଗ୍ ବିଙ୍କୁ ମିଳିଛି ସରକାରୀ ନୋଟିସ୍, ବ୍ଲଗରେ ଖୁଲାସା କଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ୍ ଜଣେ ଦାୟିତ୍ବ ସଂପନ୍ନ କଳାକାର ଭାବେ ବେଶ୍ ଜଣାଶୁଣା । ଚଳଚିତ୍ର ଜଗତରେ ତାଙ୍କର ପରିଚୟ ସ୍ବତନ୍ତ୍ର । ଚଳଚିତ୍ର ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ସେ । ବର୍ତ୍ତମାନ ଅମିତାଭ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି । ପ୍ରଶଂସକମାନଙ୍କ ପାଇଁ ଅମିତାଭ କିଛି ଖାସ୍ ବାର୍ତ୍ତା ପୋଷ୍ଚ କରନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ତାଙ୍କୁ ସରକାରୀ ନୋଟିସ୍ ମିଳିଥିବା କଥା କହିଛନ୍ତି । ତେବେ ଏହି ଘଟଣା ବିଷୟରେ ଦିଗ୍ଗଜ ତାଙ୍କର ବ୍ଲଗରେ ଖୁଲାସା କରିଛନ୍ତି ।

ଅନେକ ସମୟରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ବ୍ଲଗରେ କେତେଗୁଡ଼ିଏ କଥାର ଖୁଲାସା କରନ୍ତି । ଗୁରୁବାର ଦିନ ସେ ନିଜ ବ୍ଲଗରେ କହିଛନ୍ତି ଯେ ସୋସିଆଲ ମିଡିଆ ପୋଷ୍ଟ ହେତୁ ତାଙ୍କୁ ସରକାରଙ୍କ ତରଫରୁ ଏକ ନୋଟିସ୍ ମିଳିଛି । ସୋସିଆଲ ମିଡିଆ ସମ୍ବନ୍ଧରେ ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀକୁ ନେଇ ବଚ୍ଚନ କହିଛନ୍ତି ଯେ ଏହା କିପରି ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ନିଜ ପୋଷ୍ଟର ପ୍ରମୋସନ ପାଇଁ ବାଧା ସୃଷ୍ଟି କରୁଛି ।
ଭାରତ ସରକାର ଏବଂ ଏଏସସିଆଇ (ବିଜ୍ଞାପନ ମାନକ ପରିଷଦ) ର ନିର୍ଦ୍ଦେଶାବଳୀ ବର୍ତ୍ତମାନ ଅଧିକ କଠୋର ହୋଇଥିବା କଥା ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ଲେଖିଛନ୍ତି । ଅନେକ ନିୟମ କାନୁନ୍ ତିଆରି କରାଯାଇଛି । ନଚେତ୍ ଏହା ବେଆଇନ ହୋଇଯାଉଥିଲା । ମୋର ଅନେକ ପୋଷ୍ଟକୁ ନୋଟିସ୍ ଦିଆଯାଇଛି ଯେ, ସେଗୁଡ଼ିକୁ ପରିବର୍ତ୍ତନ କରାଯିବା ଉଚିତ୍ । ବର୍ତ୍ତମାନ  ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି ଜୀବନ, ସବୁ ବଡ଼ ଲୋକ ସୋସିଆଲ ମିଡିଆର ବଡ଼ ଲୋକଙ୍କୁ କିଣୁଛନ୍ତି ଏବଂ ସେମାନଙ୍କ ସଂଖ୍ୟାକୁ ବଢାଉଛନ୍ତି ।

ଏସବୁ ବ୍ୟତୀତ ସେ ମିଡିଆ ଗାଇଡ୍ ଲାଇନ୍ ସମ୍ପର୍କିତ ଅନେକ ବ୍ଲଗ୍ କରିଛନ୍ତି । ନିକଟରେ ତାଙ୍କୁ ଦୁଇଟି ଚଳଚ୍ଚିତ୍ର ‘ରନୱେ ୩୪’ ଏବଂ ‘ଝୁଣ୍ଡ’ରେ ଦେଖିବାକୁ ମିଳିଥିଲା । ଏହି ଦୁଇଟି ଚଳଚ୍ଚିତ୍ର ଅମିତାଭ ବଚ୍ଚନଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ସେ ‘ରନୱେ ୩୪’ ଚଳଚ୍ଚିତ୍ରରେ ଜଣେ ଓକିଲ ଭୂମିକାରେ ଅଭିନୟ କରିଥିବା ବେଳେ ‘ଝୁଣ୍ଡ’ ଚଳଚ୍ଚିତ୍ରରେ ଜଣେ ଫୁଟବଲ ପ୍ରଶିକ୍ଷକ ଭାବରେ ଅଭିନୟ କରିଥିଲେ । ଆଜି ପର୍ଯ୍ୟନ୍ତ ଏହା ତାଙ୍କର ସବୁଠୁ ଭିନ୍ନ ଚରିତ୍ର ଥିଲା ।

ସମ୍ବନ୍ଧିତ ଖବର