ମୁମ୍ବାଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କୁ ବହୁତ ଭଲ ପାଆନ୍ତି। ସେ ତାଙ୍କ ସୋ’ କୌନ ବନେଗା କରୋଡପତିରେ ନାତୁଣୀ ଆରାଧ୍ୟାଙ୍କ ସହ ଜଡ଼ିତ ଅନେକ ଅଜଣା କଥା ସେୟାର କରିଥାନ୍ତି। ବର୍ତ୍ତମାନ ମଧ୍ୟ ସେ ସେଭଳି କିଛି ଅଜଣା କଥା ସେୟାର କରିଛନ୍ତି। ନାତୁଣୀ ରାଗିଗଲେ ଜେଜେ ବିଗ୍ ବି ଅମିତାଭ ବଚ୍ଚନ କିଭଳି ତାଙ୍କୁ ବୁଝାନ୍ତି, ସେ ବିଷୟରେ ସେ ଜଣାଇଛନ୍ତି।
ବିଗ୍ ବିଙ୍କ ମୁ୍ତାବକ, ପ୍ରତିଦିନ ମୁଁ ସକାଳ ୭ଟାରୁ ୭.୩୦ଭିତରେ ଘରୁ ସୁଟିଂ ପାଇଁ ବାହାରିଯାଏ। ଆରାଧ୍ୟା ସେତେବେଳେ ଶୋଇଥିବାରୁ ତାଙ୍କ ସହ ଦେଖା ହୁଏ ନାହିଁ। ସେ ସକାଳ ୮ଟାରେ ସ୍କୁଲ ଯାଇ ଅପରାହ୍ନ ୩-୪ଟା ଭିତରେ ଘରକୁ ଫେରିଆସନ୍ତି। ହେଲେ ମୋତେ ଫେରିବାକୁ ରାତି ୧୦-୧୧ଟା ହୋଇଯାଏ। ସେତବେଳକୁ ସେ ଶୋଇପଡ଼ିଥାନ୍ତି। ଏଭଳି ଭାବରେ ଆମେ ପରସ୍ପର ସହ ଦେଖା ହୋଇପାରୁନଥିବା ବେଳେ ଅନେକ ସମୟରେ ଫେସ ଟାଇମରେ କଥା ହେଉ। ହେଲେ ମୁଁ ତାଙ୍କୁ ସମୟ ଦେଉନଥିବାରୁ ସେ ଅନେକ ସମୟରେ ରାଗି ଯାଇଥାନ୍ତି। ତେଣୁ ତାଙ୍କୁ ବୁଝାଇବା ପାଇଁ ମୁଁ ତାଙ୍କୁ ଚକୋଲେଟ ବକ୍ସ, ତାଙ୍କ ପସନ୍ଦର ରବର ବ୍ୟାଣ୍ଡ ଓ କ୍ଲିପ ଉପହାର ଆକାରରେ ଦେଇଥାଏ। ଏସବୁ ଉପହାର ପାଇବା ପରେ ସେ ଖୁସି ହୋଇଯାଆନ୍ତି। ତେବେ ରବିବାର ଦିନ ଆରାଧ୍ୟାଙ୍କ ସ୍କୁଲ ଛୁଟି ଥିବାରୁ ମୁଁ ତାଙ୍କ ସହ ସମୟ କଟାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ସ-16.jpg)