ଏହି ସିନେମାର ଗୀତ ଦେଖନ୍ତୁ, ଅମିତାଭଙ୍କୁ ଭେଟିବାର ସୁଯୋଗ ପାଆନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିନେତା ଋଷି କପୁର ୨୭ବର୍ଷ ପରେ ବଡ଼ ପରଦାରେ ପୁଣିଥରେ ଧମାକା ସୃଷ୍ଟି କରିବା ପାଇଁ ଏକାଠି ଫେରିଛନ୍ତି। ଗତ କିଛିିଦିନ ହେବ ଦୁହିଁଙ୍କ ସିନେମା ‘୧୦୨ ନଟ୍‌ ଆଉଟ୍‌’ର ଟ୍ରେଲର ଓ ଗୀତ ରିଲିଜ ହୋଇସାରିଛି। ସିନେମାର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏହି ସିନେମାରରେ ବାପା-ପୁଅ ଭୂମିକାରେ ଅଭିତାଭ ଓ ଋଷି ପରଦାରେ ଜଲଓ୍ଵା ଦେଖାଇବେ। ସିନେମାରେ ଅମିତାଭ ବଚ୍ଚନ ୧୦୨ବର୍ଷର ପିତା ଭୂମିକା ନିଭାଉଥିବା ବେଳେ ଋଷି କପୁର ତାଙ୍କର ୭୫ବର୍ଷର ପୁଅ ଭୂମିକାରେ ନଜର ଆସୁଛନ୍ତି।

ଅମିତାଭ ବଚ୍ଚନ ନିଜର ଅଫିସିଆଲ ଟୁଇଟରରେ ସିନେମାର ଦ୍ୱିତୀୟ ଗୀତକୁ ପୋଷ୍ଟ କରି ଲେଖିଛନ୍ତି ବାଡୁମ୍ବାର କିଛି ଝଲକ ଦେଖନ୍ତୁ ଓ ମୋ ସହିତ #MyBadumbaaaStep ପ୍ରତିଯୋଗିତାରେ ଭାଗ ନେଇ ମୋତେ ଭେଟିବାର ସୁଯୋଗ ପାଆନ୍ତୁ।

ସିନେମାର ଏହି ଗୀତ ଖୁବ୍‌ ମଜାଦାର ହୋଇଛି, ଯାହାକୁ ଦେଖିଲେ ଆପଣଙ୍କୁ ବି ନୃତ୍ୟ କରିବାର ଇଚ୍ଛା ହେବ। ଏହି ଗୀତରେ ୧୦୨ବର୍ଷର ପିତା ନିଜର ୭୫ବର୍ଷର ପୁଅକୁ ଖୁବ୍‌ ମଜାମସ୍ତିରେ ଜୀବନ ବଞ୍ଚିବାକୁ କହୁଛନ୍ତି। ମଇ ୪ ତାରିଖରେ ‘୧୦୨ ନଟ୍‌ ଆଉଟ୍‌’ ସିନେମା ରିଲିଜ ହେବ।


ସମ୍ବନ୍ଧିତ ଖବର