ନୂଆଦିଲ୍ଲୀ: ବଲିଉଡର ବାଦଶାହା ଅମିତାଭ ବଚ୍ଚନ ଟିଭିର ପ୍ରସିଦ୍ଧ କୁଇଜ୍ ସୋ 'କୌନ ବନେଗା କରୋଡପତି-୧୨' ରେ ନଜର ଆସୁଛନ୍ତି। ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବେଳେ ଟ୍ୱିଟରରେ ପ୍ରାୟତଃ ଭାଇରାଲ ଭିଡିଓ ସେୟାର କରିଥାଆନ୍ତି। ନିକଟରେ ଅମିତାଭ ପୁଣି ଏକ ଭିଡିଓ ସେୟାର କରିଛନ୍ତି।
ଏହି ଭିଡିଓରେ, ଜଣେ ପିତା ଏବଂ ପୁଅ ବସି ହାରମୋନିୟମ୍ ବଜାଇ ଗୀତ ଅଭ୍ୟାସ କରୁଥିବା ନଜର ଆସୁଛନ୍ତି | ଭିଡିଓରେ ଏହା ଦେଖିବାକୁ ଶୁଣିବାକୁ ମିଳୁଛି କି, ଛୋଟ ପିଲାଟି ତାଙ୍କ ପିତାଙ୍କ ସହିତ ସ୍ବରରେ ସ୍ବର ମିଳାଉଛି। ଏମିତି କି ମଝିରେ ମଝିରେ ଶିଶୁଟି ତାର ପିତାଙ୍କୁ ସଠିକ ଭାବେ ଗୀତ ଗାଇବାକୁ କହିବା ସହିତ ଗାଳି ବି ଦେଉଛି।
T 3694 - Child is the Father of Man ! pic.twitter.com/iO8G9URmUz
— Amitabh Bachchan (@SrBachchan) October 19, 2020
କେବଳ ଏତିକି ନୁହେଁ, ଭିଡିଓରେ ପିଲାଟି ଏକାକି ଗୀତ ଗାଉଥିବାର ନଜର ବି ଆସୁଛି। ଭିଡିଓ ସେୟାର କରି ଅମିତାଭ ବଚ୍ଚନ ଟ୍ୱିଟର କ୍ୟାପସନରେ ଲେଖିଛନ୍ତି ଯେ,‘ ପିଲାଟି ଉକ୍ତ ବ୍ୟକ୍ତିଙ୍କ ବାପା’।
ଅମିତାଭ ବଚ୍ଚନଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭାଇରାଲ ଭିଡିଓ ଉପରେ ପ୍ରଶଂସକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଅମିତାଭ ବଚ୍ଚନ ପ୍ରାୟତଃ ନିଜ ପ୍ରଶଂସକଙ୍କ ସହ ଏହିପରି ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Untitled-1-copy-29.jpg)